Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଡାକ ଭୋଟକୁ ନେଇ ଟ୍ରମ୍ପଙ୍କ ଭଳି ଅଭିଯୋଗ ଆଣିଲେ ତେଜସ୍ୱୀ, କହିଲେ ପ୍ରଥମେ ନଗଣି ପଛରେ ଗଣିଲେ

12/11/2020 at 4:02 PM

ପାଟନା ୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ଦୁଇ ଦିନ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଗୁରୁବାର ପ୍ରଥମ ଥର  ଗଣମାଧ୍ୟମକୁ ଭେଟିଛନ୍ତି। ନିର୍ବାଚନ ଫଳାଫଳକୁ ସେ ନତମସ୍ତକ ସ୍ୱୀକାର କରିବା ସହ ବଢିଚଢି ଭୋଟଦାନ ଲାଗି ବିହାର ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ଲୋକେ ଭୋଟ ଦେଇ ନିଜର ନିଷ୍ପତ୍ତି ଜଣାଇଲେ, ଲୋକେ ଆରଜେଡି ମହାମେଣ୍ଟକୁ ସମର୍ଥନ କରିଛନ୍ତି,  ହେଲେ ନିର୍ବାଚନ ଆୟୋଗଙ୍କ ଫଳାଫଳ ଆସିଛି ଏନଡିଏ ମେଣ୍ଟ ସପକ୍ଷରେ ।

ନିର୍ବାଚନରେ ଜନତାଙ୍କ ସମର୍ଥନ ଆରଜେଡି ପ୍ରତି ଥିବା ତେଜସ୍ୱୀ ଦାବି କରିଛନ୍ତି। ତେବେ ଏନଡିଏ ଧନ, ବଳ ଓ କୌଶଳରେ ଜନମତକୁ ଭ୍ରମିତ କରିଥିବାର ସେ ଅଭିଯୋଗ କରିଛନ୍ତି। ସେହିପରି ମହାମେଣ୍ଟର ୧୦୯ ବିଧାୟକ ତେଜସ୍ୱୀଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରିଛନ୍ତି। ଏଥିରେ ସେ ନିତିଶ କୁମାରଙ୍କ ଜେଡିୟୁ ମତ ହାର ଅନୁସାରେ ତୃତୀୟ ସ୍ଥାନକୁ ଖସିଥିବା କହିଛନ୍ତି।

ସେହିପରି ଡାକ ଭୋଟ ଗଣନାକୁ ନେଇ ତେଜସ୍ୱୀ ସନ୍ଦେହ ପ୍ରକଟ କରିଛନ୍ତି। ଆବସେଣ୍ଟି ଭୋଟ ପ୍ରଥମେ ଗଣନା କରାଯିବା କଥା। ହେଲେ ବିହାର ବିଧାନସଭା ନିର୍ବାଚନ ଭୋଟ ଗଣନାରେ ନିର୍ବାଚନ ଆୟୋଗ ଶେଷରେ ଡାକ ଭୋଟ ଗଣନା କରାଇଥିବା କହିଛନ୍ତି। ଏଣୁ ତେଜସ୍ୱୀ ଡାକମତ ପତ୍ରର ଦ୍ୱିତୀୟବାର ଗଣତି ଲାଗି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଆବସେଣ୍ଟି ଭୋଟକୁ ନେଇ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆପତ୍ତି କରୁଛନ୍ତି। ଏପରିକି ଭୋଟ ଦ୍ୱିତୀୟବାର ଗଣନା ଲାଗି ଦେଶରେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ବିହାରରେ ତେଜସ୍ୱୀ ମଧ୍ୟ ସମାନ ଦାବି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।   

   Related Posts