ନିର୍ଭୟା କାଣ୍ଡ: ମୁକେଶ ପରେ ଏବେ ସୁପ୍ରିମକୋର୍ଟରେ ଅକ୍ଷୟର କ୍ୟୁରେଟିଭ ପିଟିସନ,ସେପଟେ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ କରିଛି ବିନୟ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୧:  ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବୁଧବାର ମୁକେଶର ନିବେଦନ ଅଗ୍ରାହ୍ୟ ହୋଇଯାଇଛି। ପୂର୍ବରୁ ରାଷ୍ଟ୍ରପତି ତାର କ୍ଷମା ନିବେଦନକୁ ରଦ୍ଦ କରିଥିଲେ। ତେବେ ମୁକେଶ ଲାଗି ଆଇନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଅପରାଧୀମାନେ କିନ୍ତୁ ଶେଷ ଆଶା ଛାଡି ନାହାନ୍ତି। ଦଣ୍ଡରୁ ବର୍ତ୍ତିବା ଲାଗି ଆଇନର ସମସ୍ତ ରାସ୍ତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ମାମଲାର ଅନ୍ୟତମ ଅପରାଧୀ ଅକ୍ଷୟ ସିଂର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ପ୍ରଦାନ କରାଯାଇଥିବା ବେଳେ ଗୁରୁବାର ୫ ସଦସୀୟ ବେଞ୍ଚ ଏହା ଉପରେ ଶୁଣାଣି କରିବେ।

{"id":217593,"width":583,"height":414,"sizeSlug":"large"}

ଅକ୍ଷୟ କରିଥିବା ନିବେଦନରେ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶକୁ ବିନା ପାରୋଲରେ ଆଜୀବନ କାରାଦଣ୍ଡରେ କାହିଁକି ପରିବର୍ତ୍ତିତ କରାଯାଇ ନ ପାରିବ ବୋଲି ଉଲ୍ଲେଖ କରିଥିବା ବେଳେ ଏଭଳି ୧୭ ମାମଲାରେ ପୂର୍ବରୁ ହୋଇଥିବା ଦଣ୍ଡ ପରିବର୍ତ୍ତନର ଉଦାହରଣ ଦେଇଛି। ଏହା ଛଡା ପ୍ରାଣଦଣ୍ଡାଦେଶ ଏକ ଏଭଳି ଅପବାଦ ଯାହା ତା ପରେ ବି ତା ପରିବାର ବହନ କରିଚାଲିବେ ବୋଲି ଦର୍ଶାଇଛି। ସେହିଭଳି ଯଦି ଅପରାଧ ଲାଗି କ୍ଷମା କରିଦିଆଯାଏ ତେବେ ଅପରାଧୀକୁ ତାର ଅପରାଧର ଅନୁତାପ ଲାଗିଏହାଠୁ ବଳି ପ୍ରତିଶୋଧ ହୁଏତ ଅନ୍ୟ କିଛି  ହୋଇନପାରେ ବୋଲି ଅକ୍ଷୟ ନିବେଦନ କହିଛି।

{"id":217594,"sizeSlug":"large"}

ଗୁରୁବାର ଅକ୍ଷୟର ନିବେଦନ ଉପରେ ଉଚ୍ଚତମ ନ୍ୟାୟାଳୟଙ୍କ ଜଷ୍ଟିସ୍ ଏନ.ଭି.ରମନ୍ନାଙ୍କ ନେତୃତ୍ୱରେ ୫ ସଦସୀୟ ଖଣ୍ଡପୀଠ ଶୁଣାଣି କିରିବେ। ତେବେ ଦଣ୍ଡର ଦିନ ପାଖେଇ ଆସୁଥିବାରୁ କୋର୍ଟରେ କ୍ୟୁରେଟିଭ ପିଟିସନ ଦାୟର କରି ନିରାଶ ହୋଇଥିବା ବିନୟ ବୁଧବାର ରାଷ୍ଟ୍ରପତିଙ୍କ ଶରଣାପନ୍ନ ହୋଇଛି। ତା ପକ୍ଷରୁ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରାଯାଇଥିବା ଜଣାପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.