ଭୟଙ୍କର ହେଉଛି କରୋନା, କଂଗ୍ରେସ କହିଲା ‘ରାଜଧର୍ମ’ ପାଳନ କରନ୍ତୁ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 14, 2021 IST

ନୂଆଦିଲ୍ଲୀ ୧୪।୪:  ପ୍ରଧାନମନ୍ତ୍ରୀ କୋଭିଡ-୧୯ ମହାମାରୀ ମୁକାବିଲାରେ ଅବହେଳା କରୁଥିବା ଓ ଲୋକଙ୍କୁ ନିଜ ପରିସ୍ଥିତି ଉପରେ ଛାଡିଦେଇଥିବାର କଂଗ୍ରେସ ବୁଧବାର ଗୁରୁତର ଅଭିଯୋଗ ଆଣିଛି। ଏବେ ପ୍ରଧାନମନ୍ତ୍ରୀ ତାଙ୍କର ରାଜଧର୍ମ ପାଳନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ସେପଟେ ଦଳୀୟ ମୁଖପାତ୍ର ରଣଦୀପ ସୂରଜେୱାଲା ଦେଶରେ କୋଭିଡ ନିରୋଧକ ଟିକା ସାଙ୍ଗକୁ ଚିକିତ୍ସକୀୟ ଉପକରଣର ଅଭାବ ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

{"id":438361,"width":836,"height":468,"sizeSlug":"large","linkDestination":"none"}

ଏ ନେଇ ସାମ୍ବାଦିକଙ୍କ ସହ ଆଲୋଚନାରେ ସୂରଜେୱାଲା ଦେଶରେ କରୋନା ସଂକ୍ରମଣ ଚିତ୍ର ବେଳକୁ ବେଳ ଭୟାନକ ହେବାରେ ଲାଗିଛି। ହେଲେ ସରକାରଙ୍କଠାରୁ ଯେପରି ଆଶା କରାଯାଉଥିଲା ସେପରି ପ୍ରତିକ୍ରିୟା ମିଳୁପାରୁନଥିବା ସୂରଜେୱାଲା ଅଭିଯୋଗ କରିଛନ୍ତି। ଦେଶରେ ଟିକା ଅଭାବ କଥା ଉଠାଇବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଉପରେ ବିଜେପି ନେତା ସ୍ମୃତି ଇରାନୀ ଓ ରବିଶଙ୍କର ପ୍ରସାଦ ବର୍ଷିଥିଲେ। ତେବେ ପରେ ପ୍ରଧାନମନ୍ତ୍ରୀ ରାହୁଲଙ୍କ ପରାମର୍ଶ ସ୍ୱୀକାର କରିବା ସହ ବିଦେଶୀ ଟିକାକୁ ଜରୁରି ଉପଯୋଗ ଲାଗି ଅନୁମତି ଦେଇଛନ୍ତି।

{"id":438362,"sizeSlug":"large","linkDestination":"none"}

କେବଳ ବିଦେଶୀ ଟିକା ନୁହେଁ ପ୍ରିୟଙ୍କା ଗାନ୍ଧି ଯେତେବେଳେ ସିବିଏସଇ ପରୀକ୍ଷା ବାତିଲ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସେତେବଳେ ମଧ୍ୟ ସରକାର କଂଗ୍ରେସ ଉପରେ ବର୍ଷି ଥିଲେ, ହେଲେ ଏବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ନେଇ ନିଷ୍ପତ୍ତି ବଦଳେଇବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ସୂରଜେୱାଲା।

{"id":438363,"width":838,"height":516,"sizeSlug":"large","linkDestination":"none"}

ଦେଶରେ କରୋନାକୁ ଅଣଦେଖା କରି ପ୍ରଧାନମନ୍ତ୍ରୀ ନିର୍ବାଚନରେ ବ୍ୟସ୍ତ ରହିଲେ। ଫଳ ହେଲା ଏବେ ବିଭିନ୍ନ ରାଜ୍ୟ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଜନତା କର୍ଫ୍ୟୁ, ବ୍ରେକ ଦି ଚେନ୍‌ ଆଦି ଲାଗୁ କରୁଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନିଜ ରାଜଧର୍ମ ପାଳନ କରନ୍ତୁ ଓ ପରିସ୍ଥିତିର କିପରି ମୁକାବିଲା କରାଯିବ ସେ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସୂରଜେୱାଲା ଦାବି କରିଛନ୍ତି। ଦେଶରେ ବୁଧବାର ଏପର୍ଯ୍ୟନ୍ତ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନାରେ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ଲକ୍ଷ ୭୩ ହଜାର ୮୨୫କୁ ପହଞ୍ଚିଛି।

{"id":438364,"sizeSlug":"large","linkDestination":"none"}

ସାରା ଦେଶରେ କରୋନାର ଏବେ ୧୩ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ତେବେ କରୋନାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଉଚିତ ନୁହେଁ ବୋଲି ସୂରଜେୱାଲା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।  ଏହା କରୋନା ଭାଇରସ ବନାମ ଆମ ସମସ୍ତଙ୍କ ଲଢେଇଷ ଯେଉଁଥିରେ ପ୍ରଧାନମନ୍ତ୍ରୀ ଆମ ଅଧିନାୟକ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.