ଏକତରଫା ପ୍ରେମର କରୁଣ ପରିଣତି, ଛାତ୍ରୀଙ୍କ ଗୋଡ ଓ ହାତକୁ ହାଣିଲା ଛାତ୍ର

Published By : Prameya-News7 Bureau | March 11, 2019 IST

ଆନନ୍ଦପୁର ୧୧|୩ : ଏକତରଫା ପ୍ରେମର କରୁଣ ପରିଣତି । ଛାତ୍ରୀଙ୍କ ଗୋଡକୁ ଜଣେ ଛାତ୍ର ହାଣି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଫକିରପୁର ସିଟି ସ୍କୁଲ କ୍ୟାମ୍ପସରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କଟକ ବଡ ମେଡିକାଲରେ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଆନନ୍ଦପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

{"id":92473}

ସୂଚନାଯୋଗ୍ୟ ଯେ, ଫକିରପୁର ସିଟି ସ୍କୁଲର ଦ୍ବିତୀୟ ବର୍ଷର ଜଣେ ଛାତ୍ର ସେହି ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ । କିନ୍ତୁ ସେଥିରେ ସେ ସଫଳ ନହେବାରୁ ଆଜି ସଂପୃକ୍ତ ଛାତ୍ରୀଙ୍କ ଗୋଡକୁ ବଳଭଦ୍ର ଜେନା ନାମକ ଛାତ୍ର ହାଣି ଦେଇଛନ୍ତି । ଛାତ୍ରୀ ଜଣକ କ୍ଲାସ୍ କରିବାକୁ ଯାଉଥିବାବେଳେ ବଳଭଦ୍ର ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଛାତ୍ରୀ ଗୋଡରେ ଏବଂ ହାତରେ ଆଘାତ ଲାଗିଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ସହପାଠୀମାନେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହେବାରୁ  ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉଭୟ ଛାତ୍ର ଏବଂ ଛାତ୍ରୀ ଯାଜପୁର  ଅଞ୍ଚଳର ବୋଲି ଜଣାପଡିଛି ।

{"id":92474}

ଅନ୍ୟପଟେ ଅଭିଯୁକ୍ତ ଛାତ୍ର ଜଣଙ୍କ ଆକ୍ରମଣ କରିବା ପରେ ଭୟଭୀତ ଅବସ୍ଥାରେ ଏକ କ୍ଲାସ୍ ରୁମ ଭିତରେ ହିଁ ନିଜକୁ ବନ୍ଦ କରି ରଖିଛି । ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ ପହଞ୍ଚି ଛାତ୍ରଙ୍କୁ ଆତ୍ମସମର୍ପଣ କରିବା ପାଇଁ ବୁଝାସୁଝା କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.