ଆରମ୍ଭ ହେଲା ଯାଞ୍ଚ: ଜାଲ ସାର୍ଟିଫିକେଟ ଦେଇ ସରକାରୀ ଶିକ୍ଷକ ଚାକିରି ପାଇଛନ୍ତି ଅନେକ, ଖୋଲୁଛି ଗୋଟେ ପରେ ଗୋଟେ ଗୁମର

Published By : Prameya-News7 Bureau | July 31, 2019 IST

ଭବାନୀପାଟଣା/ ଉଦଳା: ସାର୍ଟିଫିକେଟ୍ ଜାଲ୍ କରି ସରକାରୀ ଶିକ୍ଷକତା। ସିଟି ସାର୍ଟିଫିକେଟରେ ମାର୍କ ଜାଲିଆତି କରି ମୟୁରଭଞ୍ଜ ଖୁଣ୍ଟା ଡି.ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କ ଜାଲିଆତିର ପ୍ରମାଣ ନ୍ୟୁଜ୍  ସେଭେନ୍  ହାତରେ ଲାଗିଛି। ଏହାପରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଆଉ ସ୍କୁଲ୍ ଆସୁନାହାନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷକମାନଙ୍କର ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ସାର୍ଟିଫିକେଟ୍ ଯାଞ୍ଚ ପରେ ଜାଲ୍  ସାର୍ଟିଫିକେଟ୍ ଧାରୀ ଶିକ୍ଷକମାନ ଏବେ ଛାନିଆ।

{"id":139377}

ଜାଲି ଶିକ୍ଷକ ସାବଧାନ ! ସାର୍ଟିଫିକେଟ୍‌ ଜାଲ୍ କରି କିମ୍ବା ମାର୍କ ବଢ଼ାଇ ଚାକିରୀ କରିଛନ୍ତି କି ? ଜାଲ୍‌ ସିଟି କି ବିଇଡି ସାର୍ଟିଫିକେଟ୍‌ ଦେଇ ପାଇଛନ୍ତି କି ଚାକିରୀ ? ତେବେ ହୋଇଯାଆନ୍ତୁ ସାବଧାନ ।ଆପଣଙ୍କର ଚାକିରି ଯାଇପାରେ ।ତା ସହିତ ହୋଇପାରେ ସରକାରୀ କାର୍ଯ୍ୟାନୁଷ୍ଠାନ ।ଏପରିକି ଗିରଫ ମଧ୍ୟ ହୋଇପାରନ୍ତି ।କାରଣ ସରକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ଜାଲି ଶିକ୍ଷକଙ୍କ ଯାଞ୍ଚ୍‌ ।

{"id":139378}

ଏମିତି ଜଣେ ଶିକ୍ଷକ ମୟୂରଭଞ୍ଜ ଖୁଣ୍ଟା ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ ସ୍କୁଲର ଶିକ୍ଷକ ସତ୍ୟରଞ୍ଜନ ମହାନ୍ତି ।ତାଙ୍କର ସାରିଫିକେଟ୍‌ ଜାଲ୍‌ ନେଇ ତଥ୍ୟ ପ୍ରମାଣ ଲାଗିଛି ନ୍ୟୁଜ୍‌ ସେଭେନ୍ ହାତରେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ସିଟି ବୋଲି ଜଣାପଡ଼ିଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ସେ ସାଇକୋଲୋଜି, ସୋସିଆଲ ସାଇନ୍ସ ଓ ଇଂରାଜୀରେ ଫେଲ୍ ହୋଇଛନ୍ତି ।ଏପରିକି ସିଟି ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଦେଇନଥିଲେ ।

{"id":139379}

୨୦୦୭ରୁ ଚାକିରୀ ଆରମ୍ଭ କରିଥିବା ଏହି ଶିକ୍ଷକ ଏ ପର୍ଯ୍ୟନ୍ତ ଦରମା ଓ ଅନ୍ୟାନ୍ୟ ବାବଦରେ ୩୫ ଲକ୍ଷ ଟଙ୍କାରୁ ଅଧିକ ଲୁଟି ନେଇସାରିଲେଣି ।ତେବେ ଧରାପଡ଼ିଯିବା ଭୟରେ ସ୍କୁଲ ଆସୁନାହାନ୍ତି ଆଉ ତାଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏବିଇଓ ।

{"id":139381}

ସେମିତି ସ୍ଥିତି କଳାହାଣ୍ଡି ଜିଲ୍ଲାରେ ।ଜିଲ୍ଲାରେ ବ୍ଲକ ସ୍ତରରୁ ଆରମ୍ଭ ହୋଇଛି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା। ଯାଞ୍ଚ ପ୍ରକ୍ରିୟା ପୂର୍ବରୁ ୬ ଜଣ ଶିକ୍ଷକ ଚାକିରି ଛାଡିଦେଲେଣି । ସେମାନଙ୍କ ମଧ୍ୟରେ ଅଛନ୍ତି ୪  ଶିକ୍ଷୟିତ୍ରୀ । ଏମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ?  ଜାଲିଆତି କରି ଚାକିରି ପାଇବା ପଛରେ କାହାର ହାତ ରହିଛି ? ଶିକ୍ଷା ବିଭାଗ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଏସବୁ ଚାଲିଥିଲା କି ?  ତାର ତଦନ୍ତ ଆବଶ୍ୟକତା ରହିଛି।

{"id":139383}

ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକରିଟିଏ ପାଉନାହାନ୍ତି । ଅନ୍ୟପଟେ ଜାଲ ସାର୍ଟିଫିକେଟ୍ ଦେଇ ସରକାରୀ ଶିକ୍ଷକ ହୋଇଥିବା ଏବଂ ଏହାକୁ ପୃଷ୍ଠପୋକତା ଦେଉଥିବା ଠକମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.