Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ବୁଲବୁଲ’ ଲାଗି କୋଲକାତାରୁ ବନ୍ଦ ହେଲା ବିମାନ ସେବା, ୧୨ ଘଣ୍ଟା ବନ୍ଦ ରହିବ ବିମାନ ବନ୍ଦର

9/11/2019 at 7:09 PM

କୋଲକାତା ୯।୧୧ : ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଫଳରେ ସାରା ରାଜ୍ୟରେ ଝଡ ବତାସ ସାଙ୍ଗକୁ ବର୍ଷା ତାଣ୍ଡବ ରଚିଛି। ଏଣୁ  କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ବିମାନ ସଞ୍ଚାଳନକୁ କର୍ତ୍ତୃପକ୍ଷ ଅଟକାଇ ଦେଇଛନ୍ତି। ଶନିବାର ସନ୍ଧ୍ୟା ୬ଟାରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ବିମାନ ବନ୍ଦରକୁ କୌଣସି ବିମାନ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏଣୁ କୋଲକାତା ଯାଉଥିବା ବିମାନଗୁଡିକର ଏବେ ଗନ୍ତବ୍ୟ ପରିବର୍ତ୍ତନ କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି ।   

ପଶ୍ଚିମବଙ୍ଗରେ ଅପରାହ୍ନ ପରଠାରୁ ବାୟୁର ବେଗ ବଢିଥିବା ବେଳେ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୧୩୫ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଛନ୍ତି। ଏଣୁ ଶନିବାର ସନ୍ଧ୍ୟାରୁ ରବିବାର ସକାଳ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଥିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଜରୁରୀକାଳୀନ ପଦକ୍ଷେପ ନେଇଛନ୍ତି। ତେବେ ପୂର୍ବ ଭାରତର ବ୍ୟସ୍ତତମ ବିମାନ ବନ୍ଦର ଭାବେ ଜଣାସୁଣା କୋଲକାତା ବିମାନ ବନ୍ଦର ସଞ୍ଚାଳନ ବନ୍ଦ ରହିବା ଯୋଗୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ରାଜ୍ୟରେ ବାତ୍ୟା ସତର୍କତା ଜାରୀ କରାଯାଇଛି। ଏଣୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ଲାଗି ସରକାର ପୂର୍ବରୁ ସତର୍କ କରାଇଛନ୍ତି। ବାତ୍ୟା ଓ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଥିବାରୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ବାତ୍ୟା ବେଳେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ଲାଗି କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି।

   Related Posts