ଅଭିଜ୍ଞ ସମ୍ପାଦକଙ୍କ ଭଳି ପତ୍ର ସୂଚନା ଅଧିକାରୀଙ୍କୁ ପ୍ରେସ୍ ନୋଟ୍ ଲେଖା ଶିଖାଇଲେ ଅନୁରାଗ ଠାକୁର

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧।୭: କୌଣସି ମନ୍ତ୍ରାଳୟରେ ଦାୟିତ୍ୱଗ୍ରହଣ କରିବାବେଳେ ବିଭାଗୀୟ ଅଧିକାରୀ ପ୍ରସ୍ତୁତି ପୂର୍ବକ ନୂଆ ମନ୍ତ୍ରୀଙ୍କୁ ବିଭାଗର କାମ ଶିଖାଇଥାନ୍ତି। ତେବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ବୁଧବାର ପରମ୍ପରା ବଦଳିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଭାଗୀୟ ସୂଚନା ଅଧିକାରୀଙ୍କୁ ପ୍ରେସ୍‌ ନୋଟ୍‌ ଲେଖିବା ଶୈଳୀ ଶିଖାଇଛନ୍ତି।

{"id":483831,"width":838,"height":355,"sizeSlug":"large","linkDestination":"none"}

ସାଧରଣତଃ ସରକାରଙ୍କ କାର୍ଯ୍ୟକ୍ରମର ବିବରଣୀ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରେସ୍ ନୋଟ୍ ମାଧ୍ୟମରେ ଗଣମାଧ୍ୟମଙ୍କୁ ଯୋଗାଇ ଦେଇଥାନ୍ତି।  ଯାହା ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିଥାଏ। ତେବେ ସମୟର ପରିବର୍ତ୍ତନ ସହ ସବୁ ବଦଳିଥିଲେ ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଙ୍କ ପ୍ରେସ୍‌ ନୋଟ ଲେଖା ଶୈଳୀ ବଦଳି ନାହିଁ। ଏଣୁ ମନ୍ତ୍ରୀ ଠାକୁର ସୂଚନା ଅଧିକାରୀଙ୍କ ବୈଠକ କରି ଏଥିରେ ସରକାରଙ୍କ କାର୍ଯ୍ୟକ୍ରମର ବିବରଣୀ ସଂକ୍ଷିପ୍ତ ଭାବେ କିପରି ସାରଗର୍ଭକ ବୁଝାଇ ପାରୁଥିବା ଭଳି ପ୍ରେସ୍‌ ନୋଟ୍‌ ପ୍ରସ୍ତୁତ କରାଯାଇ ପାରିବ ସେ ନେଇ ଜଣେ ଅଭିଜ୍ଞ ସମ୍ପାଦକଙ୍କ ଭଳି ଶିଖାଇଛନ୍ତି।

{"id":483835,"sizeSlug":"large","linkDestination":"none"}

ସମ୍ବାଦପତ୍ର ଅଥବା ଗଣମାଧ୍ୟମ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ନିମନ୍ତେ ଦୀର୍ଘ ପ୍ରେସ ବିଜ୍ଞପ୍ତି ପଢିବାକୁ ସମୟ ନଥାଏ। ଏଣୁ ପତ୍ରସୂଚନା କାର୍ଯ୍ୟାଳୟର ପ୍ରେସ୍‌ ନୋଟ୍‌ ସବୁ ସେଠାରେ ପ୍ରାୟତଃ ସମୟ ଅଭାବ ଯୋଗୁ ଫିଙ୍ଗା ହୋଇଯାଏ। ଏଣୁ ଆକର୍ଷକ ତଥା ସଂକ୍ଷିପ୍ତ ହେଡଲାଇନ ସହ ସରକାରଙ୍କ କାର୍ଯ୍ୟକ୍ରମର ସୁନ୍ଦର କପି ସାଙ୍ଗକୁ ଫଟୋ ଲଗାଇ ପଠା ଯାଇପାରିଲେ ସେଗୁଡିକ ଗ୍ରହଣୀୟ ହୋଇପାରନ୍ତା ବୋଲି ଅଧିକାରୀଙ୍କୁ ଠାକୁର କହିଛନ୍ତି। ସେହି ଅନୁସାରେ କିପରି ହେଡଲାଇନ ପ୍ରସ୍ତୁତ କରାଯାଏ, ପ୍ରେସ୍‌ ନୋଟ୍‌ର କପି କିପରି ଲେଖାଯିବ ସେ ନେଇ ଏକ ସାରଗର୍ଭକ ଟ୍ୟୁଟୋରିଆଲ ମଧ୍ୟ ଦେଇଛନ୍ତି। ଯେଉଁଥିରେ ଅଧିକାରୀମାନଙ୍କୁ ସେ ସ୍ପଷ୍ଟଭାବେ ସେମାନଙ୍କ ବାର୍ତ୍ତାକୁ ଯେପରି ପ୍ରଭାବୀ କରିପାରିବେ ସେ ନେଇ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.