Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଲଦ୍ଦାଖରେ ସ୍ୱାଧୀନତା ଦିବସ ପାଳନ କଲେ ଏମ.ଏସ୍. ଧୋନୀ , ସୋସାଲ ମିଡିଆରେ ସେୟର କଲେ ଫଟୋ

15/08/2019 at 6:53 PM

ଲଦ୍ଦାଖ : ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ସହ କାଶ୍ମୀରଠାରୁ ପୃଥକ ହୋଇଯାଇଛି ଲଦ୍ଦାଖ। କେନ୍ଦ୍ର ଶାସିତ ରାଜ୍ୟ ଭାବେ ଲଦ୍ଦାଖ ପ୍ରଥମ ଥର ୭୩ ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭାରତୀୟ ସେନାର କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ସେ ୧୪ ଅଗଷ୍ଟରେ ଲଦ୍ଦାଖରେ ପହଞ୍ଚିଥିବା ବେଳେ ସେଠାରେ ସେନାପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ସ୍ୱାଧୀନତା ଦିବସ ଅବସରରେ ଧୋନୀ ଏଠାକାର ଆର୍ମି ଜେନେରାଲ ହସ୍ପିଟାଲ ଗସ୍ତ କରିଥିବା ବେଳେ ସେଠାରେ ରୋଗୀଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇଥିଲେ। ଏହା ସହ ଲଦ୍ଦାଖ  ପୃଥକ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହୋଇଛି।   ଧୋନୀ ସ୍ୱାଧୀନତା ଦିବସ ଅବସରରେ ତାଙ୍କର ଲଦ୍ଦାଖ ଉପସ୍ଥିତିନେଇ ସୋସାଲ ମିଡିଆରେ କେତେକ ଫଟୋ ମଧ୍ୟ ସେୟାର କରିଛନ୍ତି।

ଏବେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଟୁରରେ ଅଛି। ତେବେ ଧୋନୀ କ୍ରିକେଟରୁ ଛୁଟି ନେଇ ଭାରତୀୟ ସେନାରେ ନିଜ ସେବା ପ୍ରଦାନ କରୁଛନ୍ତି। ଏହି ସର୍ଭିସରେ ସେ ସାଧାରଣ ସୈନିକଙ୍କ ପରି ପାଟ୍ରୋଲିଂ, ଗାର୍ଡ ଡ୍ୟୁଟି ଓ ପୋଷ୍ଟ ଡ୍ୟୁଟି ଆଦି କରୁଥିବା ଦେଖାଯାଇଛି। ସେ ୧୦୬ ଟେଲିଟୋରିଆଲ ଆର୍ମିରେ ଏବେ କାର୍ଯ୍ୟ କରୁଛନ୍ତି।

   Related Posts