Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଆର୍ଯ୍ୟପଲ୍ଲୀରେ ଅନାବାଦୀ ଜମି ହଡପ ଘଟଣାର ଶୁଣାଣି : ଗୃହ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

25/05/2021 at 6:33 PM

ଖଲ୍ଲିକୋଟ ୨୫।୫: ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ମୌଜାର ସାନଆର୍ଯ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମିକୁ ବେଆଇନ ଭାବେ କିଛି ଜମି ମାଫିଆମାନେ ହାତେଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସେଠାରେ ପ୍ଲଟ କରି  ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିସାରିଛନ୍ତି ବୋଲି ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ  ଆସୁଛି ।

ଗ୍ରାମର କିଛି ଯୁବଗୋଷ୍ଠୀ ଗ୍ରାମରେ ଥିବା ଆବାଦ ଯୋଗ୍ୟ ଅନାବାଦୀ ସରକାରୀ ଜମିରେ ଗ୍ରାମର ଗୋରୁଗାଈ ଚରୁଥିବା ସହ ଏହି ଜମିକୁ ଗ୍ରାମର ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ଏହାସହ ଏହି ଚଞ୍ଚକତା ବିରୋଧରେ ଦୃଷ୍ଟି ଆକର୍ଷଣ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ହେଲେ ଏହାପରେ ପ୍ରଶାସନ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା । ତହସିଲ ପ୍ରଶାସନ ସମେତ ଆରଆଇ ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ରିପୋର୍ଟ ସଂଗ୍ରହ କରିବା ପରେ ଉକ୍ତ ଜମିରେ ବେଆଇନ ଭାବେ ଜବରଦଖଲ କରି ଭିତ୍ତିପ୍ରସ୍ତର ସ୍ଥାପନ, ଗୃହ ନିର୍ମାଣ ଓ ପାଚେରୀ ନିର୍ମାଣ କରୁଥିବା ୮ଜଣ ଲୋକଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା ।

ଉକ୍ତ ନୋଟିସ୍ ଆଧାରରେ ଆଜି ୮ଜଣ ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇଙ୍କ  ଉପସ୍ଥିତିରେ ଏହାର ଶୁଣାଣି କରାଯାଇଥିଲା । ଏହାର କୌଣସି ଚୂଡ଼ାନ୍ତ ରାୟ ନ ହେଲା ପର୍ଯ୍ୟନ୍ତ ଉକ୍ତ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ ଏବଂ ଆଗାମୀ ଦିନରେ ନିଜେ ତହସିଲଦାର ଉକ୍ତ ଜମି ପରିଦର୍ଶନ କରିବେ ବୋଲି କହିଛନ୍ତି । କିନ୍ତୁ ଉକ୍ତ ଜମିକୁ ବେଆଇନ ଭାବେ ବିକ୍ରି କରିଥିବା ଜମି ମାଫିଆମାନେ ଫଇସଲାକୁ ଦଖଲକାରୀଙ୍କ ସପକ୍ଷରେ ନେବା ପାଇଁ ନାନା ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଥିବା ସହ ତଦନ୍ତ ପ୍ରକ୍ରିୟାକୁ ବାଧା ସୃଷ୍ଟି କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ସାଧାରଣରେ ଏବେ ଚର୍ଚ୍ଚା ହେଉଛି ।

   Related Posts