ଆର୍ୟନଙ୍କ ଫାଇଲ୍ ଏବେ ସଞ୍ଜୟ ସିଂହଙ୍କ ହାତରେ, କିଏ ଏହି ଓଡିଶା କ୍ୟାଡର ଆଇପିଏସ୍ ଅଫିସର ?

Published By : Prameya-News7 Bureau | November 06, 2021 IST

ଭୁବନେଶ୍ଵର ୦୬।୧୧: ହାଇପ୍ରୋଫାଇଲ କ୍ରୁଜ୍ ଡ୍ରଗ୍ସ ମାମଲା ଏବେ ଓଡିଶା କ୍ୟାଡର୍ IPS ଅଫିସର ସଞ୍ଜୟ ସିଂଙ୍କ ହାତରେ । NCB ମୁମ୍ବାଇ ଜୋନାଲ୍ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ହାତରୁ ତଦନ୍ତ ଭାର କାଢି ନିଆଯିବା ସହ ମାମଲାକୁ କେନ୍ଦ୍ରୀୟ ଜୋନ୍ ସ୍ଥାନାନ୍ତର କରି ଦିଆଯାଇଛି । ୱାଙ୍ଖଡେଙ୍କୁ ଏନସିବି ମୁଖ୍ୟାଳୟକୁ ମଧ୍ୟ ବଦଳି କରି ଦିଆଯାଇଛି। ଏଣିକି କ୍ରୁଜ୍ ଡ୍ରଗସ୍ ମାମଲା ସହ ୬ ମାମଲାରେ ତଦନ୍ତ କରିବେ NCB ଉପ ମହାନିର୍ଦ୍ଦେଶକ ସଂଜୟ ସିଂ । ସଞ୍ଜୟ ସିଂଙ୍କ ନେତୃତ୍ବରେ ୬ଜଣିଆ SIT ଗଠନ କରାଯାଇଛି ।

{"id":539683,"sizeSlug":"full","linkDestination":"none"}

୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ ସିଂ ଓଡ଼ିଶା ପୋଲିସରେ କାର୍ଯ୍ୟ କରି ଅନେକ ଅପରେସନକୁ ସଫଳ କରିବାର ଦକ୍ଷତା ଦେଖାଇଛନ୍ତି । ଓଡ଼ିଶା ପୋଲିସରେ ଆଇଜି ଦାୟିତ୍ବ ନିର୍ବାହ କରିଥିଲେ  । ସଂଜୟଙ୍କ  ପରଫରମାନ୍ସ ପରେ କେନ୍ଦ୍ର ସରକାର ତାଙ୍କୁ ସିବିଆଇରେ ଉପନିରୀକ୍ଷକ ଦାୟିତ୍ବ ଦେଇଥିଲେ  । ପୂର୍ବରୁ ମଧ୍ୟ ସେ ଅନେକ ଡ୍ରଗ୍ସ ମାମଲାର ତଦନ୍ତ ଭାର ନେଇଛନ୍ତି । କଟକ-ଭୁବନେଶ୍ବର ଟ୍ବିନ ସିଟି କମିଶନରେଟ୍ ପୋଲିସରେ ଆଣ୍ଟି ଡ୍ରଗ୍ସ ଟାକ୍ସ ଫୋର୍ସର ମଧ୍ୟ ନେତୃତ୍ବ ନେଇଥିଲେ । ଏବେ କ୍ରୁଜ ଡ୍ରଗସ୍ ମାମଲାର ନୂଆ ତଦନ୍ତକାରୀ ଅଫିସର ଭାବରେ ସଞ୍ଜୟ ସିଂହ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜୁନିଅର ଖାନ୍ ଡ୍ରଗ୍ସ ମାମଲା ସହ ୬ମାମଲାରେ ତଦନ୍ତ କରିବେ ସଞ୍ଜୟ ସିଂ ।

{"id":539684,"sizeSlug":"full","linkDestination":"none"}

ଡ୍ରଗ୍ସ ମାମଲାର ତଦନ୍ତରୁ ସମୀର ୱାଙ୍ଖଡେ ହଟିଛନ୍ତି କିନ୍ତୁ ରାଜନୀତି ଥମିନି । ସମୀରଙ୍କୁ ବିବାଦ ଭିତରକୁ ଟାଣିଥିବା ‘ଏନ୍‌ସିପି’ ନେତା ନବାବ ମଲ୍ଲିକ ସମାଲୋଚନା କରି କହିଛନ୍ତି, ଇଏ ତ ଆରମ୍ଭ ମାତ୍ର । ନବାବ ମଲ୍ଲିକଙ୍କ ଜ୍ବାଇଁ ସମୀର ଖାନ୍ ମାମଲାକୁ ମଧ୍ୟ NCBର ଦିଲ୍ଲୀ ଟିମ୍ ତଦନ୍ତ କରିବ । ଏପଟେ ଟୁଇଟ୍ କରି ନବାବ ମଲ୍ଲିକ ଲେଖିଛନ୍ତି ବ୍ୟବସ୍ଥାକୁ ସୁଧାରିବା ପାଇଁ ଆହୁରି ଅନେକ କିଛି କରାଯିବ, ଆମେ ସେସବୁ କରିବୁ।

NCBକୁ ଟାର୍ଗେଟ କରି ନବାବ ମଲ୍ଲିକଙ୍କ ଝିଅ ନିଲୋଫର ଲେଖିଛନ୍ତି ଖୋଲାଚିଠି । ଗତ ଜାନୁଆରୀରେ ନିଲୋଫରଙ୍କ ସ୍ବାମୀ ସମୀର ଖାଁଙ୍କୁ ‘ଏନ୍‌ସିବି’ ଗିରଫ କରିଥିଲା । ସେହି ସମୟରେ ତାଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟ ଏବଂ ବେଆଇନ ବ୍ୟବହାର ନେଇ ନିଲେଫର ମଲ୍ଲିକ ଆଣିଛନ୍ତି ସଂଗୀନ ଅଭିଯୋଗ । ନିଲୋଫର୍‌ ମଲିକ୍‌ ଖାନ୍, ସ୍ବାମୀ ଗିରଫ ହେବା ରାତ୍ରିର କଥା ଠାରୁ ଆରମ୍ଭ କରି ତାଙ୍କ ପରିବାର ଏବେ ମଧ୍ୟ କିଭଳି ବିପତ୍ତି ସହ ସଂଗ୍ରାମ କରୁଛି ତାହା ଲେଖିଛନ୍ତି। ଆମ ପରିବାରକୁ ଏକ ପ୍ରକାର ବାସନ୍ଦ କରାଗଲା। ମୋ ପିଲାଏ ମାନସିକ ନିର୍ଯାତନାର ଶରବ୍ୟ ହେଲେ। କେହି ସେମାନଙ୍କ ସାଙ୍ଗ ହେଲେ ନାହିଁ ବୋଲି ନିଲୋଫର ଚିଠିରେ ଲେଖିଛନ୍ତି ।

{"id":539685,"sizeSlug":"full","linkDestination":"none"}

ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ରୁଜ୍ ଡ୍ରଗସ୍ ମାମଲାରେ ଗିରଫ କରାଯିବା ପରଠାରୁ ଏହି ମାମଲାରେ ବେଶ ଘାଣ୍ଟଟକଟ ଚାଲିଛି । ଗୋଟିଏ ପଟେ ନାରକୋଟିସ୍ କଣ୍ଟ୍ରୋଲ ବ୍ୟୁରୋ ଛାନଭିନ୍ କରୁଛି ଅନ୍ୟପଟେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ଛନ୍ଦି ହୋଇ ଯାଇଛି NCB ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.