Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କ୍ରୁଜ୍‌ ଡ୍ରଗ୍ସ ମାମଲା : ଆର୍ଯ୍ୟନକୁ ମିଳିଲାନି ଜାମିନ, ବିଚାର ବିଭାଗୀୟ ହାଜତକୁ ଗଲେ ୮ ଅଭିଯୁକ୍ତ

7/10/2021 at 7:35 PM

ମୁମ୍ବାଇ ୦୭/୧୦ : କ୍ରୁଜ୍‌ ଡ୍ରଗ୍ସ କାରବାର ମାମଲାରେ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନକୁ ମିଳିଲାନି  ଜାମିନ । ଆର୍ଯ୍ୟନ ସମେତ ଗିରଫ ହୋଇଥିବା ୮ ଜଣଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି କୋର୍ଟ । ଜାମିନ ନାମଞ୍ଜୁର ହେବା ଫଳରେ ଆର୍ଯ୍ୟନ ସମେତ ୮ ଜଣ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ସେମାନଙ୍କୁ ଏନ୍‌ସିବି ହେପାଜତକୁ ପଠାଯିବ ନାହିଁ ବୋଲି କହିଛନ୍ତି କୋର୍ଟ । ପୂର୍ବରୁ ଆର୍ଯ୍ୟନ୍‌ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ମାରାଥନ୍‌ ଜେରା କରିଥିଲା ଏନ୍‌ସିବି । ବର୍ତ୍ତମାନ ରିମାଣ୍ଡ ଅବଧି ଶେଷ ହେବାପରେ ଆସନ୍ତା ୧୧ ତାରିଖ ଯାଏଁ ପୁଣି ରିମାଣ୍ଡରେ ନେବାକୁ ଏନ୍‌ସିବି ଆବେଦନ କରିଥିଲା । ଏହାର ଶୁଣାଣିକରି ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡ ବଦଳରେ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଆସନ୍ତାକାଲି ବେଲ୍‌ ନେଇ ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ମୁମ୍ବାଇର ଏକ କ୍ରୁଜରେ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ଦୁଇଜଣ ମଧ୍ୟ ଏନସିବି ହେପାଜତରେ ଅଛନ୍ତି। ତାଙ୍କର ଆଜି ରିମାଣ୍ଡ ଅବଧି ଶେଷ ହୋଇଥିଲା । ଏଭଳି ପରିସ୍ଥିତିରେ ଆର୍ଯ୍ୟନ ଖାନକୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା। ଅକ୍ଟୋବର ୨ ତାରିଖରେ ବିଳମ୍ବିତ ରାତିରେ ଏନସିବି ଏହି କ୍ରୁଜ୍ ଉପରେ ଚଢାଉ କରିଥିଲା, ପରେ ୮ ଜଣଙ୍କୁ ଗିରଫ କରିଥିଲା। ଅନେକ ଘଣ୍ଟା ଧରି ପଚରାଉଚରା ପରେ ଆର୍ଯ୍ୟନ ସମେତ ୮ ଜଣଙ୍କୁ ଏନସିବି ଗିରଫ କରିଥିଲା ।

   Related Posts