Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଜି ବି ଆର୍ୟନଙ୍କୁ ଜେଲ୍‌ରେ ରାତି କାଟିବାକୁ ପଡିବ, ଜାମିନ ଉପରେ ଶୁଣାଣି କାଲି ଯାଏଁ ସ୍ଥଗିତ

13/10/2021 at 5:58 PM

ମୁମ୍ବାଇ ୧୩।୧୦: ଡ୍ରଗ୍ସ କେସ୍‌ର ଅଭିଯୁକ୍ତ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ରାତି ମଧ୍ୟ ଜେଲ୍‌ରେ ବିତାଇବାକୁ ପଡିବ। ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍‌ରୁ ବାହାରିବା ପାଇଁ ଆର୍ୟନଙ୍କୁ ଆଉ ସମୟ ଅପେକ୍ଷା କରିବାକୁ ପଡିବ।

ଜାମିନ୍ ଉପରେ ଶୁଣାଣି ସମୟରେ ଏନସିବି କହିଛି ଯେ, ଆର୍ୟନ ଖାନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହୋଇଥିବା ଚାଟିଂର ପ୍ରମାଣ ମିଳିଛି। ଏହି ଚାଟିଂରେ ହାର୍ଡ ଡ୍ରଗ୍ସର ପରିମାଣ ଏବଂ ଦାମ୍‌କୁ ନେଇ ଆଲୋଚନା ହୋଇଥିଲା। ଆଡିସିନାଲ ସଲିସିଟର ଜେନେରାଲ ଏନସିବିର ଏହି କଥା ଦୋହରାଇଛନ୍ତି। ପେମେଣ୍ଟକୁ ନେଇ ଆର୍ୟନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହ୍ଵାଟ୍ସଆପ୍‌ରେ ଚାଟିଂ ହୋଇଛି। ଏହା କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ତ ହୋଇନଥିବ। ଏହାର ତଦନ୍ତର ଆବଶ୍ୟକତା ରହିଛି। ବିଦେଶୀ ନାଗରିକଙ୍କ ଚିହ୍ନଟ ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ ଚାଲିଛି, ଯଦ୍ଵାରା ତଦନ୍ତ ଆହୁରି ପ୍ରଭାବୀ ହୋଇ ପାରିବ। କ୍ରୁଜରେ ଏମିତି ମଧ୍ୟ ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ପାଖରୁ କାରବାର ପାଇଁ ଉଦ୍ଦିଷ୍ଟ ପରିମାଣର ଡ୍ରଗ୍ସର ମିଳିଥିଲା ବୋଲି ଆଡିସିନାଲ ସଲିସିଟର ଜେନେରାଲ କହିଛନ୍ତି।

ବୋଲି ଆଡିସିନାଲ ସଲିସିଟର ଜେନେରାଲ କହିଛନ୍ତି, ମୁଁ ଅଦାଲତରେ ସେହି ହ୍ଵାଟ୍ସଆପ୍ ଚାଟ୍‌ ମଧ୍ୟ ଦେଖାଇ ପାରିବି, ଯେଉଁଥିରେ ଡ୍ରଗ୍ସକୁ ନେଇ ଆର୍ୟନଙ୍କ କଥାବାର୍ତ୍ତା ଚାଲିଥିଲା। ଏହା ବ୍ୟତୀତ ଆଉ କିଛି ଏମିତି ଚାଟ୍ ରହିଛି, ଯାହା ଖୋଲା ଅଦାଲତରେ ପ୍ରକାଶ କରି ହେବ ନାହିଁ। ଏମିତି ଚାଟ୍ ରହିଛି, ଯେଉଁଥିରେ ବିଦେଶୀ ନାଗରିକଙ୍କ ସହ କଥାବାର୍ତ୍ତା ରହିଛି ବୋଲି ଏଏସଜି ଅନିଲ୍ ସିଂହ କହିଛନ୍ତି।

   Related Posts