ଶାହାରୁଖଙ୍କ ପୁଅ ଆର୍ୟନ୍ କରିବେ ଡେବ୍ୟୁ ! ବାପାଙ୍କ ସହ ନଜର ଆସିବେ ପୁଅ

Published By : Prameya-News7 Bureau | June 20, 2019 IST

ମୁମ୍ବାଇ୨୦|୬: ବଲିଉଡ୍‌ରେ ପପୁଲାର ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଜଣେ ହେଉଛନ୍ତି  କିଂଗ ଖାନ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ୍‌। ସେ ଏବେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆରେ ଫିଲ୍ମମେକିଂ କୋର୍ସ କରୁଛନ୍ତି। ତେବେ ଶାହରୁଖଙ୍କ ଫ୍ୟାନ ପାଇଁ ଏକ ବିଶେଷ ଖବର। ଆର୍ୟନ୍‌ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ପୁଅ ଆର୍ୟନ୍। ହେଲେ ଚଳଚ୍ଚିତ୍ର ମାଧ୍ୟମରେ ସେ ଡେବ୍ୟୁ କରିବେ ନାହିଁ। ଚଳଚ୍ଚିତ୍ରରେ ଭଏସ୍‌ ଦେଇ ଆର୍ୟନ୍‌ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ୍‌ ଫିଲ୍ମ 'ଦ ଲାୟନ କିଙ୍ଗ'ର ହିନ୍ଦୀ ଭର୍ସନରେ ସୁପରଷ୍ଟାର ଶାହରୁଖ ଖାନ କିଙ୍ଗ ମୁଫ୍‌ସା ଓ ତାଙ୍କ ପୁଅ ଆର୍ୟନ ଖାନ କିଙ୍ଗ ମୁଫ୍‌ସାଙ୍କ ପୁଅ ସିମ୍ବା ଚରିତ୍ର ପାଇଁ ଭଏସ୍‌ ଦେବେ।

{"id":125037}

ଏନେଇ ଶାହରୁଖ କହିଛନ୍ତି ଯେ 'ଦ ଲାୟନ କିଙ୍ଗ' ଫିଲ୍ମ ତାଙ୍କ ପୂରା ପରିବାରକୁ ପସନ୍ଦ। ଜଣେ ବାପା ଭାବେ ସେ ମୁଫ୍‌ସା ଓ ତାଙ୍କ ପୁଅ ସିମ୍ବା ଚରିତ୍ରକୁ ଭଲ ଭାବେ ବୁଝି ପାରୁଛନ୍ତି। ନିଜ ପୁଅ ସହିତ 'ଦ ଲାୟନ କିଙ୍ଗ'ରେ ଯୋଡ଼ି ହୋଇଥିବାରୁ ସେ ବହୁତ ଖୁସି। ତାଙ୍କ ସାନ ପୁଅ ଅବରାମ ଏହି ସିନେମା ଦେଖିବା ନେଇ ବେଶ ଉତ୍ସାହିତ ବୋଲି ଶାହରୁଖ କହିଛନ୍ତି।

{"id":125038}

ଡିଜନି ଇଂଡିଆ ଷ୍ଟୁଡିଓ ଏଣ୍ଟରଟେନ୍‌ମେଣ୍ଟର ପ୍ରମୁଖ ବିକ୍ରମ ଦୁଗ୍‌ଗଲ କହିଛନ୍ତି ଯେ, ଶାହରୁଖ ଓ ତାଙ୍କ ପୁଅ ଆର୍ୟନଙ୍କୁ ଗୋଟିଏ ଫିଲ୍ମରେ କାମ କରାଇବା ତାଙ୍କ ପାଇଁ ବହୁତ ଖାସ୍‌। ଚଳିତ ବର୍ଷ ଜୁଲାଇ ମାସ ୧୯ ତାରିଖରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି। ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ମୁକ୍ତିଲାଭ ହେବ ବୋଲି ବିକ୍ରମ କହିଛନ୍ତି।

{"id":125039,"width":570,"height":428}

ଏହି ଫିଲ୍ମରେ ଭୋଏସ୍‌ ଦେବା ନେଇ ଆର୍ୟନ୍‌ ବହୁତ ଖୁସି। ସେ ସୋସିଆଲ ମିଡିଆରେ ଏନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଆର୍ୟନଙ୍କର ୯ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏଥିସହିତ ତାଙ୍କ ନାମରେ ଅନେକ ଗୁଡ଼ିଏ ଫ୍ୟାନ୍‌ ପେଜ୍‌ ମଧ୍ୟ ତିଆରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.