Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାହୁବଳୀ ପ୍ରଭାସଙ୍କ ସହ ଡେବ୍ୟୁ କରିବେ ଶାହାରୁକ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଓ ହିମେଶଙ୍କ ନୂଆ ଫିଲ୍ମ ପାଇଁ ଅରିଜିତ୍‌ ଗାଇଲେ ଗୀତ

24/07/2019 at 1:40 PM

ମୁମ୍ବାଇ୨୪|୭: ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଖୁବ୍‌ ଶୀଘ୍ର ବଡ ପରଦାରେ ନଜର ଆସିବେ। ସାଉଥ ଫିଲ୍ମର ସୁପରଷ୍ଟାର ପ୍ରଭାସଙ୍କ ସହ ଆର୍ଯ୍ୟନ ଖାନ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଏନିମେଟେଡ୍‌ ଫିଲ୍ମ “ଦ ଲାୟନ କିଙ୍ଗ”ରେ ଶିମ୍ବା ଭୂମିକାରେ ନିଜ ଭଏସ ଦେଇଛନ୍ତି ଆର୍ଯ୍ୟନ। ଏହି ଫିଲ୍ମଟି ଗତ କିଛି ଦିନ ତଳେ ରିଲିଜ ହୋଇଥିଲା। ଫିଲ୍ମ “ଦ ଲାୟନ କିଙ୍ଗ” ବକ୍ସ ଅଫିସ୍‌ରେ ମଧ୍ୟ ଭଲ ଆୟ କରିଛି। ଶାହରୁଖ ଖାନ୍‌ଙ୍କ ଫ୍ୟାନ୍‌ ଆର୍ଯ୍ୟନ୍‌ଙ୍କ ଡେବ୍ୟୁ ପାଇଁ ବହୁତ ଆଗରୁ ଅପେକ୍ଷା କରୁଥିଲେ। ତେବେ ଆର୍ଯ୍ୟନ ନିଜ ବାପା ଶାହରୁଖ ଖାନଙ୍କ ଭଳି ପ୍ରଥମ ପିଲ୍ମରେ ଦର୍ଶକଙ୍କ ମନ କିଣିପାରିବେ କି ନାହିଁ ତାହା ଦେଖିବା ବାକି ଅଛି।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ଗୁନାଶେଖର “ହିରଣ୍ୟକଶ୍ୟପୁ” ନାମକ ଏକ ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମଟି ବାହୁବଳୀ ଭଳି ହେବ ବୋଲି କୁହାଯାଉଛି। ତେବେ ଏହି ଫିଲ୍ମରେ ଆର୍ଯ୍ୟନ ଖାନ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଉଭୟଙ୍କ ସହ ଫିଲ୍ମରେ ରାଣା ଦଗୁପତ୍ତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଆର୍ଯ୍ୟନଙ୍କୁ ପ୍ରହଲ୍ଲାଦଙ୍କ ଚରିତ୍ର ଦିଆଯିବ ବୋଲି କୁହାଯାଉଛି। ଫିଲ୍ମର କାଷ୍ଟିଂକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।  

ଅଭିନେତା ହିମେଶ ରେସମିୟା ତାଙ୍କ ଆଗାମୀ ଫିଲ୍ମ “ହେପି, ହାର୍ଡି ଏଣ୍ଡ ହିରରେ” ହିରିଏ ଗୀତ ଗାଇଛନ୍ତି । ତାଙ୍କ ସହ  ଅରିଜିତ ସିଂହ ଓ ଶ୍ରେୟା ଘୋଷାଲ ମଧ୍ୟ ଗୀତ ଗାଇଛନ୍ତି। ବିଶାଲ ମିଶ୍ରାଙ୍କ ଦ୍ବାରା ନିର୍ଦ୍ଦେଶିତ ହିରିଏ ଗୀତ ମଙ୍ଗଳବାର ହିମେଶ ରେସମିୟାଙ୍କ ଜନ୍ମଦିନ ଅବସରରେ ଲଂଚ କରାଯାଇଛି।

“ତେରା ସୁରୁର” ଫିଲ୍ମ ଫେମ୍‌ ହିମେଶ ସାକ୍ଷାତକାରରେ କହିଛନ୍ତି ଯେ, ଅରିଜିତଙ୍କ ସହ ଥରେ କାମ କରି କେବେ ଆଗକୁ ତାଙ୍କ ସହ ପୁଣି କାମ କରିବେ ସେହି ଅପେକ୍ଷାରେ ଥିଲେ। ହିରିଏ ଗୀତର ରଚନା ହେବା ସମୟରେ ସେ ଅରିଜିତ୍‌ଙ୍କୁ ଏହି ଗୀତ ପାଇଁ ମନେ ମନେ ଠିକ୍‌ କରିଦେଇଥିଲେ।

ଏହା ପୂର୍ବରୁ ହିମେଶ ଓ ଅରିଜିତ୍‌ “ବାତୋଁ କୋ ତେରି”, “ତେରା ଫିତୁର” ଭଳି ଗୀତରେ ଏକାଠି କାମ କରିଛନ୍ତି।  ହିରିଏ ଗୀତର ଶୁଟିଂ ସ୍କଟଲାଣ୍ଡରେ ହୋଇଛି। ଭିଡିଓରେ ହିମେଶଙ୍କ ସହ ଅଭିନେତ୍ରୀ ସୋନୀୟା ମାନ ନଜର ଆସିବେ।

   Related Posts