ମୁନମୁନ୍ ଧାମେଚାଙ୍କ ଡ୍ରଗ୍ସ ଭିଡିଓ ଭାଇରାଲ୍, ଭାଇ ସିଦ୍ଧାର୍ଥ କଲେ ଅସ୍ୱୀକାର

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩/୧୦: କ୍ରୁଜ୍ ରେଭ୍ ପାର୍ଟି, ଯେଉଁଥିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କ ସହ ଦୁଇଜଣ ବନ୍ଧୁ ଯୋଗ ଦେଇଥିଲେ। ଏହି ମାମଲାରେ ଏନସିବି ମୋଟ ୮ ଜଣଙ୍କୁ ଗିରଫ କରିଛି। ଏନସିବି ଅନୁଯାୟୀ ତାଙ୍କ ହାତରେ କିଛି ଏପରି ପ୍ରମାଣ ରହିଛି, ଯାହା ଆଧାରରେ ସେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏବଂ ତାଙ୍କ ସାଙ୍ଗମାନଙ୍କ ରିମାଣ୍ଡରେ ନେବାକୁ ଦାବି କରୁଛି। କିନ୍ତୁ ଏହା ମଧ୍ୟରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

wp:html /wp:html

ସୂଚନା ଅନୁଯାୟୀ, ଆର୍ଯ୍ୟନଙ୍କ ବନ୍ଧୁ ମୁମୁନ୍ ଧାମଚା ତାଙ୍କ ସାନିଟାରୀ ପ୍ୟାଡରେ ଡ୍ରଗ୍ସ ଲୁଚାଇ ରଖିଥିଲେ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ସାନିଟାରୀ ପ୍ୟାଡରେ ଡ୍ରଗ୍ସ ଲୁଚାଇ ରଖାଯାଇଥିଲା। ବର୍ତ୍ତମାନ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅନେକ ଦାବି କରାଯାଉଛି। କୁହାଯାଉଛି ଯେ ଏନସିବି ଅଧିକାରୀ ଏହି ଭିଡିଓକୁ ସାମ୍ବାଦିକଙ୍କ ନିକଟକୁ ଆଣିଛନ୍ତି। ମୁନମୁନ୍‌ଙ୍କ କୋଠରୀ ଯାଞ୍ଚ ସମୟରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

{"width":620,"height":465}
PunjabKesari

ତଥାପି ଏହି ଭିଡିଓରେ କେତେ ସତ୍ୟତା ରହିଛି ତାହା ଉପରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।  କିନ୍ତୁ ମୁନମୁନ୍ ଧାମଚାଙ୍କ ଭାଇ ସିଦ୍ଧାର୍ଥ ଧାମଚାଙ୍କ ବିବୃତ୍ତି ନିଶ୍ଚିତ ଭାବେ ସାମ୍ନାକୁ ଆସିଛି। ସେ ଏହି ଅଭିଯୋଗକୁ ଅସ୍ୱିକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.