Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

NCB ସମ୍ମୁଖରେ ଆର୍ଯ୍ୟନ କଲେ ଖୁଲାସା, ଶାହରୁଖ ଖାନଙ୍କୁ ଭେଟିବା ପାଇଁ ପୁଅ ମାଗୁଥିଲା ଅନୁମତି

5/10/2021 at 12:05 PM

ମୁମ୍ୱାଇ ୦୫/୧୦: ବଲିଉଡର ବାଦାଶାହା ଖାନ୍ ଶାହାରୁଖ ଦଶନ୍ଧି ଧରି ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଶାହାରୁଖ ଖାନ ତାଙ୍କ କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରୁହନ୍ତା । ଅଭିନୟ, ପ୍ରଡକ୍ସନ ବ୍ୟତୀତ, ଆହୁରି ଅନେକ କାର୍ଯ୍ୟ ଅଛି ଯେଉଁଥିରେ କିଙ୍ଗ ଖାନ ବ୍ୟସ୍ତ ରୁହନ୍ତି ।

ଆଜିକାଲି ଶାହାରୁଖ ଖାନ ଏକାସାଙ୍ଗରେ ଅନେକ ପ୍ରକଳ୍ପରେ କାମ କରୁଛନ୍ତି । ଯେଉଁଥିପାଇଁ ତାଙ୍କର କାର୍ଯ୍ୟସୂଚୀ ବହୁତ ଟାଇଟ ରହିଛି । ଏପରି ସ୍ଥିତିରେ, ପିଲାମାନେ ମଧ୍ୟ ତାଙ୍କୁ ଭେଟିବା ପାଇଁ ଏକ appiontment ନେବାକୁ ପଡୁଛି । ଏହାରା ଖୁଲାସାସ କରିଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ ।
ଆର୍ଯ୍ୟନ୍ କହିଛନ୍ତି କେତେ ବ୍ୟସ୍ତ ରୁହନ୍ତି ପିତା ଶାହାରୁଖ :
ପଚରାଉଚୁରାରେ ତାଙ୍କ ପିତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟ ବିଷୟରେ ଆର୍ଯ୍ୟନ ଏନସିବିକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଆର୍ଯ୍ୟନ୍ ଖାନ୍ ଏନସିବିକୁ ପଚରାଉଚରା ବେଳେ କହିଥିଲେ ଯେ ତାଙ୍କ ପିତା ଏବେ ଏକାସଂଗେ ତିନ ତିନୋଟି ପ୍ରୋଜେକ୍ଟରେ କାମ କରୁଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି । ପଠାନରେ ତାଙ୍କର ଭୂମିକା ପାଇଁ ଶାହାରୁଖ ଖାନଙ୍କୁ ଅନେକ ଘଣ୍ଟା ମେକ୍ ଅପରେ ରହିବାକୁ ପଡୁଛି ।

ଆର୍ଯ୍ୟନ୍ ଖାନ୍ କହିଛନ୍ତି ଯେ ମୋ ବାପା ଏତେ ବ୍ୟସ୍ତ ରୁହନ୍ତି ଯେ ବେଳେବେଳେ ତାଙ୍କୁ ଭେଟିବା ପାଇଁ ମୋତେ ପାପାଙ୍କ ମ୍ୟାନେଜର ପୂଜାଙ୍କ ସହ ଏକ appiontment ନେବାକୁ ପଡେ । ତାପରେ ଯାଇ ବାପାଙ୍କ ସହ ସାକ୍ଷାତ ହୋଇପାରେ । ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି କ୍ରୁଜରେ ଏନସିବି ବିପୁଳ ପରିମାଣର drugs ଜବତ ହୋଇଛି । ଏନସିବି ଡ୍ରଗ୍ସ ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଲାଣି ।

   Related Posts