Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜେଲରୁ ଘରକୁ ଫେରିବାରର ୨୪ ଘଣ୍ଟା ନ ପୂରୁଣୁ ଏହି କାମ କଲେ ଆର୍ଯ୍ୟନ ଖାନ

31/10/2021 at 4:14 PM

ମୁମ୍ବାଇ ୩୧/୧୦ : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ପ୍ରାୟ ୩ ସପ୍ତାହ ଜେଲରେ ରହିବା ପରେ ନିଜ ବଙ୍ଗଳା ମନ୍ନତକୁ ଫେରିଛନ୍ତି। ପୁଅ ଘରକୁ ଫେରିବା ପରେ ପୁରା ପରିବାର ବହୁତ ଖୁସି ଅଛନ୍ତି। ଶନିବାର ଦିନ ଶାହରୁଖ ଖାନଙ୍କ ପ୍ରଶଂସକ ଆର୍ଯ୍ୟନଙ୍କୁ ଜବରଦସ୍ତ ସ୍ୱାଗତ କରିଥିଲେ। ଘରକୁ ଫେରିବା ପରେ ଆର୍ଯ୍ୟନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଦେଖି ସମସ୍ତେ ଚକିତ।

ଆର୍ଯ୍ୟନଙ୍କ ଜାମିନ ପାଇଁ ଶାହରୁଖ ଓ ଗୌରୀ ବହୁତ ଚିନ୍ତିତ ଥିଲେ। ପୁଅକୁ ଜେଲରୁ ବାହାର କରିବାକୁ ସେ ସବୁ ସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ଆର୍ଯ୍ୟନଙ୍କ ଅଡୁଆ କମିନଥିଲା। କୋର୍ଟରୁ କେବଳ ତାରିଖ ମିଳୁଥିଲା କିନ୍ତୁ ଜାମିନ ମିଳୁନଥିଲା। କୋର୍ଟ ଦୁଇଥର ଆର୍ଯ୍ୟନଙ୍କ ଜାମିନ ଖାରଜ କରିଦେଇଥିଲେ। ତୃତୀୟ ଥର କୋର୍ଟ ଆର୍ଯ୍ୟନଙ୍କୁ ଜାମିନ ଦେଇଛନ୍ତି। ଘରକୁ ଫେରିବାବେଳେ ଆର୍ଯ୍ୟନ ବହୁତ ଭାବୁକ ନଜର ଆସିଥିଲେ।

ଜେଲରୁ ଫେରିବା ପରେ ଆର୍ଯ୍ୟନ ଇନଷ୍ଟାଗ୍ରାମରୁ ନିଜ ଡିପି ବଦଳାଇ ଦେଇଛନ୍ତି। ଆର୍ଯ୍ୟନ ନିଜ ପ୍ରୋଫାଇଲରୁ ନିଜ ଫଟୋ ଉଠାଇ ଦେଇଛନ୍ତି। ତାଙ୍କ ଡିପିରେ ବର୍ତ୍ତମାନ କାହାର ବି ଫଟୋ ନାହିଁ ବରଂ ଧଳା ବ୍ୟାକଗ୍ରାଉଣ୍ଡ ଅଛି। ତେବେ ସେ ଏମିତି କାହିଁକି କରିଛନ୍ତି ତାହା କେହି ବି ବୁଝି ପାରୁ ନାହାନ୍ତି। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ ୩ ସପ୍ତାହ ଜେଲରେ ରହିବାବେଳେ ଅନେକ କଏଦୀଙ୍କ ସହ ତାଙ୍କର ପରିଚୟ ହୋଇଯାଇଥିଲା। ଆର୍ଯ୍ୟନ ଏହି କଏଦୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ ତାଙ୍କ ଘରଲୋକଙ୍କୁ ଆର୍ଥିକ ସାହାଯ୍ୟ କରିବେ। ତାଛଡା କଏଦୀଙ୍କ ବିରୋଧରେ ଯେଉଁ ମାମଲା ଚାଲିଛି ସେଥିରେ ବି ସାହାଯ୍ୟ କରିବେ। ଜେଲରୁ ବାହାରିବା ପୂର୍ବରୁ ସେ ଅନ୍ୟ କଏଦୀଙ୍କୁ ଦେଖା କରିଥିଲେ ଓ ଆଲିଙ୍ଗନ ମଧ୍ୟ କରିଥିଲେ।

   Related Posts