Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କଳା କଠୋରୀରୁ ମୁକୁଳିଲେ ଆର୍ଯ୍ୟନ୍, ଜେଲ୍‌ ଅଧିକାରୀ କହିଲେ କିଭଳି ଥିଲା ଆର୍ଯ୍ୟନଙ୍କ ବ୍ୟବହାର…

30/10/2021 at 11:32 AM

ମୁମ୍ବାଇ ୩୦।୧୦ : ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ୨୮ ଦିନ ପରେ ଆର୍ଯ୍ୟନ ଜେଲରୁ ବାହାରିଛନ୍ତି। ବାହାରିବା ପୂର୍ବରୁ ଶାହାରୁଖ ଆର୍ଥର ଜେଲ ଠାରେ ପହଞ୍ଚିଥିଲେ । ଜେଲରୁ ମୁକ୍ତ ହେବାର ଖବର ଆସିବା ମାତ୍ରେ ମନ୍ନତ ବାହାରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସମୟରେ ଜେଲର ଅଧୀକ୍ଷକଙ୍କୁ ଆର୍ଯ୍ୟନଙ୍କ ଆଚରଣ ଏବଂ ବ୍ୟବହାର ବିଷୟରେ ମଧ୍ୟ ପଚରାଯାଇଥିଲା।

ଏନେଇ ଜେଲ ଅଧିକାରୀ କହିଛନ୍ତି ଯେ ଯେତେବେଳେ ତାଙ୍କ ବେଲ ବିଷୟରେ ଆର୍ଯ୍ୟନ୍ ଖାନଙ୍କୁ କୁହାଯାଇଥିଲା ସେତେବେଳେ ବହୁତ ଖୁସି ହୋଇଥିଲେ। ଏହା ସହ ଜେଲ ଅଧିକାରୀ କହିଥିଲେ କି ଜେଲରେ ଆର୍ଯ୍ୟନଙ୍କ ଆଚରଣ ଓ ବ୍ୟବହାର ଭଲ ରହିଛି। ଜେଲ ନିୟମ କାହା ପାଇଁ ପରିବର୍ତ୍ତନ ହେବ ନାହିଁ। ଆର୍ଯ୍ୟନଙ୍କ ପାଇଁ ମଧ୍ୟ ସମାନ ନିୟମ ଥିଲା ।

ଅନ୍ୟପଟେ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ଗୌରୀ ଖାନଙ୍କ ଏହା ପ୍ରଥମ ଥର ପାଇଁ ସାକ୍ଷାତ କରିବେ। ଏଥି ସହିତ, ଶାହାରୁଖ ଖାନ ଅକ୍ଟୋବର ୨୧ ରେ ପୁଅକୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଆର୍ଯ୍ୟନଙ୍କ ସହ ଜଡିତ କାଗଜପତ୍ର ପରିଚାଳନା କରୁଥିଲେ। ଅନ୍ୟପଟେ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କା ବଣ୍ଡ ପ୍ରଦାନ କରି ଜାମିନ ନେଇଥିଲେ ଏବଂ ଓକିଲମାନେ ସମସ୍ତ ଔପଚାରିକତା ଶେଷ କରିଥିଲେ।ହାଇକୋର୍ଟଙ୍କ ଜାମିନ ଆଦେଶ ଜାରି ହେବା ପରେ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଏକ ଲକ୍ଷ ଟଙ୍କାର ବଣ୍ଡ ଜମା କରିଥିଲେ।

   Related Posts