Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜେଲରେ ରାମ-ସୀତାଙ୍କ ବହି ପଢି ସମୟ କାଟୁଛନ୍ତି ଆର୍ଯ୍ୟନ: ଲାଇବ୍ରେରୀରୁ ଇସ୍ୟୁ ହୋଇଛି ଦୁଇଟି ବହି

24/10/2021 at 7:37 PM

ମୁମ୍ବାଇ ୨୪/୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ମୁମ୍ବାଇ ଆର୍ଥର ରୋଡ଼ ଜେଲରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଦୁଇଥର ଖାରଜ ହୋଇସାରିଛି। ଏହାପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଆଗାମୀ ଶୁଣାଣି ଅକ୍ଟୋବର ୨୬ ତାରିଖରେ ହେବ। ବର୍ତ୍ତମାନ ଖବର ଆସିଛି ଯେ ଆର୍ଯ୍ୟନ ଜେଲରେ ବହି ପଢି ସମୟ କାଟୁଛନ୍ତି। ସେ ବହି ପଢି ନିଜ ଜାମିନକୁ ଅପେକ୍ଷା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ ଆର୍ଥର ରୋଡ଼ ଜେଲ ଲାଇବ୍ରେରୀରୁ ଦୁଇଟି ବହି ଇସ୍ୟୁ କରିଛନ୍ତି। ଜେଲ ଅଧିକାରୀଙ୍କ କହିବାନୁଯାୟୀ, ଜାମିନ ଆବେଦନ ଦୁଇଥର ଖାରଜ ହେବା ପରେ ଆର୍ଯ୍ୟନ ଚିନ୍ତିତ ହୋଇପଡିଛନ୍ତି। ସେଥିପାଇଁ ତାଙ୍କୁ ବହି ପଢିବାକୁ ପରାମର୍ଶ ଦିଆଯାଇଛି। ଆର୍ଯ୍ୟନଙ୍କୁ ଦୁଇଟି ବହି ପଢିବାକୁ ଦିଆଯାଇଛି ବୋଲି କୁହାଯାଉଛି। ତାଙ୍କୁ ଯେଉଁ ଦୁଇଟି ବହି ଦିଆଯାଇଛି ତା ନାଁ ହେଲା ‘ଗୋଲ୍ଡେନ ଲାୟନ’ ଓ ଅନ୍ୟଟି ଶ୍ରୀରାମ ଓ ସୀତାଙ୍କ କାହାଣୀ ଉପରେ ଆଧାରିତ।

ଖବର ଅନୁଯାୟୀ, ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବାପରେ ଅକ୍ଟୋବର ୨୧ ତାରିଖରେ ଶାହରୁଖ ଖାନ ଜେଲରେ ଆର୍ଯ୍ୟନଙ୍କୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ବାପା-ପୁଅ ବହୁତ ଭାବୁକ ହୋଇଯାଇଥିଲେ। ଦୁହେଁ ପରସ୍ପର ସହ ୧୮ ମିନିଟ ସମୟ ବିତେଇଥିଲେ। ଉଭୟଙ୍କ ମଧ୍ୟରେ ଫେସ ଶିଲ୍ଡ ବାଡ ଥିଲା ଓ କଥା ହେବ ପାଇଁ ତାଙ୍କୁ ଇଣ୍ଟରକମ ଦିଆଯାଇଥିଲା। ପାଖରେ ଜେଲର କିଛି କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ, ଜେଲ କର୍ତୃପକ୍ଷ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ। ସେ ଜେଲରେ ଖାଉ ନାହାନ୍ତି। ସେ ପାଣି ବି ଭଲ ଭାବେ ପିଉନାହାନ୍ତି। ହାଇଜିନକୁ ଦୃଷ୍ଟିରେ ରଖି ସେ ଜେଲର ବାଥରୁମ ବି ବ୍ୟବହାର କରୁନାହାନ୍ତି। ଆର୍ଯ୍ୟନଙ୍କ ପାଖରେ ରହୁଥିବା ଜଣେ କଏଦୀ କହିଛନ୍ତି ଯେ ଆର୍ଯ୍ୟନ ଜେଲର ଖାଇବା ଖାଉ ନାହାନ୍ତି। ସେ ଗୋଟେ କୋଣରେ ବସି କାନ୍ଦୁଥାନ୍ତି, କାହା ସହ କଥାବାର୍ତ୍ତା କରନ୍ତିନି। ଏସବୁ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବ ପକାଇପାରେ।

   Related Posts