Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ ଦାଏର କଲେ ଆର୍ଯ୍ୟନ, ଆସନ୍ତାକାଲି ହୋଇପାରେ ଶୁଣାଣି

20/10/2021 at 7:14 PM

ମୁମ୍ବାଇ ୨୦/୧୦ : ବୁଧବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହା ପରେ ଆର୍ଯ୍ୟଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆସନ୍ତାକାଲି ଏହା ଉପରେ ଶୁଣାଣି ହୋଇପାରେ। ଆର୍ଯ୍ୟନ ଖାନଙ୍କ ଓକିଲ ବୁଧବାର ଦିନ ବମ୍ବେ ହାଇକୋର୍ଟରେ ଜଷ୍ଟିସ ନିତିନ ଡବ୍ଲୁ ସାମ୍ବ୍ରେଙ୍କ ନିକଟରେ ଜାମିନ ଆବେଦନ କରିଛନ୍ତି। ଜଷ୍ଟିସ୍ ନିତିନ ଡବ୍ଲୁ ସାମ୍ବ୍ରେଙ୍କ କୋର୍ଟର ସମୟ ସମାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଓକିଲ ଏହି ମାମଲାରେ କୋର୍ଟରେ ଉଲ୍ଲେଖ କରିବାକୁ ଚେଷ୍ଟା କରିବେ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରେ।

ସୂଚନାଯୋଗ୍ୟ, କ୍ରୁଜରୁ ନିଶା ଦ୍ରବ୍ୟ ଜବତ କରିବା ଘଟଣାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା। ଆଜି ସ୍ୱତନ୍ତ୍ର ଜଜ୍ ଭି.ଭି ପାଟିଲ ଆର୍ଯ୍ୟନ୍ ଏବଂ ତାଙ୍କର ଦୁଇ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆର୍ଯ୍ୟନ ଖାନ, ଅରବାଜ ଏବଂ ଧମେଚାଙ୍କୁ ଅକ୍ଟୋବର ୩ ରେ ନିଶା ଦ୍ରବ୍ୟ ରଖିବା, ଏହା ସହ ଜଡିତ ଷଡଯନ୍ତ୍ର, ଏହାର ବ୍ୟବହାର, କ୍ରୟ ଏବଂ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଥିଲା। ଏହି ତିନିଜଣ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଆର୍ଯ୍ୟନ ଓ ଅରବାଜ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏବଂ ମୁନମୁନ ଧମେଚା ବାଇକୁଲ୍ଲା ମହିଳା କାରାଗାରରେ ଅଛନ୍ତି। ଅଭିଯୁକ୍ତ ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟମାନଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟର ଧାରା ୮ (c), ୨୦ (b), ୨୭, ୨୮, ୨୯ ଓ ୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି।

   Related Posts