Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଉ କିଛି ସମୟ ପରେ ଜେଲରୁ ମୁକୁଳିବେ ଆର୍ଯ୍ୟନ ଖାନ, ୨୭ ଦିନ ପରେ ‘ମନ୍ନତ’କୁ ଫେରିବେ

30/10/2021 at 8:11 AM

ନୂଆଦିଲ୍ଲୀ ୩୦/୧୦:  ଶନିବାର ଜେଲରୁ ମୁକୁଳିବେ ଆର୍ଯ୍ୟନ । ଆର୍ଥର ରୋଡ୍ ଜେଲରୁ ମୁକୁଳିବେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ଶୁକ୍ରବାର ଜାମିନ ଆଦେଶ ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ତେବେ ଏହି ଆଦେଶର କପି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଶୁକ୍ରବାର ରାତିରେ ମଧ୍ୟ ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲରେ ବିତାଇବାକୁ ପଡ଼ିଛି। ସେ ଦୀର୍ଘ ୨୭ ଦିନ ହେଲା ଜେଲରେ ଅଛନ୍ତି ।

ଶନିବାର ଆର୍ଯ୍ୟନ୍ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଅଭିନେତ୍ରୀ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଆର୍ଯ୍ୟନ ଖାନଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଜମା କରିଥିଲେ । ସମସ୍ତ ଔପଚାରିକତା ପୂରଣ କରିଥିଲେ। ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ୍ ଏବଂ ମଡେଲ ମୁନମୁନ ଧାମେଚାଙ୍କର ମଧ୍ୟ ଜାମିନ ଆଦେଶ ଜାରି କରିଛନ୍ତି। ସମସ୍ତ ୩ ଜଣଙ୍କୁ ଗୁରୁବାର ଜାମିନ ମିଳିଥିଲା ।

ବମ୍ବେ ହାଇକୋର୍ଟ ୫ପୃଷ୍ଠାର ବେଲ୍ ଅର୍ଡରେ କଡା ସର୍ତ୍ତ ରଖିଛନ୍ତି । ଆର୍ଯ୍ୟନ୍ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ।ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ଏନଡିପଏସ୍ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି । ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏନସିବି ମୁମ୍ବାଇ ଅଫିସ ରେ ହାଜର ହେବେ । କୋର୍ଟରେ ସମସ୍ତ ଡେଟରେ ହାଜର ହେବେ । ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନସିବି ଅଧିକାରୀଙ୍କ ପାଖରେ ହାଜର ହେବେ। ସର୍ତ୍ତ ଉଲ୍ଲଂଘନ କଲେ ଜାମିନ ବାତିଲ କରା ଯିବ ବୋଲି କୋର୍ଟ କହିଛନ୍ତି ।

   Related Posts