Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଚାରି ଦିନ ଧରି ବିସ୍କୁଟ ଖାଇ ବଞ୍ଚିଛନ୍ତି ଆର୍ୟନ, ସରିଲାଣି କ୍ୟାଣ୍ଟିନରୁ କିଣିଥିବା ପାଣି, ଚିନ୍ତାରେ ଜେଲ୍ କର୍ମଚାରୀ

12/10/2021 at 10:57 PM

ମୁମ୍ବାଇ ୧୨।୧୦: ମହଲ ପରି ଘରେ ରହୁଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଆଜି ଆର୍ଥର ରୋଡ୍ ଜେଲ୍‌ରେ ଥିଲା ପଞ୍ଚମ ଦିନ। ଅକ୍ଟୋବର ୮ ଅପରାହ୍ନରେ ତାଙ୍କୁ ଏଠାକୁ ଅଣା ଯାଇଥିଲା। ଜେଲ୍‌ରେ ବନ୍ଦୀ ଆର୍ୟନଙ୍କ ଅବସ୍ଥାକୁ ନେଇ ଏକ ଚକିତ କରିବା ଭଳି ସୂଚନା ସାମ୍ନାକୁ ଆସିଛି। ଜେଲ୍ ସୂତ୍ର ଅନୁଯାୟୀ, ଆର୍ୟନ ଜେଲ୍‌ ଆସିବା ପରଠୁ ଠିକ୍‌ରେ ଭୋଜନ କରି ନାହାନ୍ତି। ସେ ଗତ ୪ ଦିନ  ହେବ କ୍ୟାଣ୍ଟିନରୁ କିଣା ଯାଇଥିବା ବିସ୍କୁଟ ଖାଇ ବଞ୍ଚିଛନ୍ତି।

ଜେଲ୍‌ ଅଧିକାରୀ ଏବଂ କର୍ମଚାରୀ ଯେତେ ବୁଝାଇଲେ ମଧ୍ୟ ଆର୍ୟନ ତାଙ୍କୁ ଭୋକ କରୁନଥିବା କହି କିଛି ଖାଉ ନାହାନ୍ତି। ମଙ୍ଗଳବାର ସକାଳେ ଆମଦ ଓ୍ଵାର୍ଡର ବାବା(କନଷ୍ଟେବଳ) ଆର୍ୟନଙ୍କୁ କିଛି ପାରଲେ ଜି ବିସ୍କୁଟ ଆଣି ଦେଇଥିଲେ। ଆର୍ୟନଙ୍କ ପାଖରେ କେବଳ ୩ ବୋଟଲ ପାଣି ବଞ୍ଚିଛି। ଏକ ଡର୍ଜନ ପାଣି ବୋତଲ ସେ ଜେଲ୍‌ରେ ପ୍ରବେଶ କରିବା ପୂର୍ବରୁ କିଣିଥିଲେ, ଯାହା ଏବେ ଶେଷ ହେବାକୁ ଯାଉଛି।

୨୫୦୦ ଟଙ୍କା ନେଇ ଜେଲ୍‌ ଭିତରକୁ ଯାଇ ପାରିବେ କଏଦୀ

ଜେଲ୍ ମାନୁଏଲ ଅନୁଯାୟୀ, ଜଣେ କଏଦୀ କେବଳ ୨୫୦୦ ଟଙ୍କା ଭିତରକୁ ନେଇ ଯାଇ ପାରିବେ। ଏହି ଟଙ୍କା ଜେଲ୍‌ର ଆକାଉଣ୍ଟରେ ଜମା କରିବାକୁ ପଡେ। ଏହା ବଦଳରେ କଏଦୀଙ୍କୁ ଗୋଟିଏ ମାସର କୁପନ ଦିଆଯାଏ। ଏହି କୁପନ ବ୍ୟବହାର କରି କଏଦୀ ଜେଲର କ୍ୟାଣ୍ଟିନରୁ ଖାଦ୍ୟ ସାମାନ, ସାବୁନ, ତେଲ ଓ ଟୁଥପେଷ୍ଟ କିଣି ପାରିବେ। ଜେଲ୍ କ୍ୟାଣ୍ଟିନରେ ନମକିନ, ବିସ୍କୁଟ ଏବଂ ଚିପ୍ସ ମଧ୍ୟ ମିଳିଥାଏ।

ଜେଲ୍‌ କର୍ମଚାରୀଙ୍କୁ ସ୍ଵାସ୍ଥ୍ୟ ଚିନ୍ତା

ଜେଲ୍ ସୂତ୍ର ଅନୁଯାୟୀ, ତିନି ଚାରି ଦିନ ହେବ ଆର୍ୟନଙ୍କ ପେଟ ସଫା ହୋଇ ନାହିଁ। ସେ ଟୟଲେଟ୍ ଯାଉନଥିବାରୁ ଜେଲ୍‌ର ଅଧିକାରୀ ଚିନ୍ତିତ ଯେ, ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡି ନଯାଉ। ଜେଲ୍ କର୍ମୀ ଏବଂ ଆମଦ ଓ୍ଵାର୍ଡର ବାବା ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଆର୍ୟନ ବୁଝିବାକୁ ନାରାଜ।

ଚାରି ଦିନ ହେବ ଗାଧୋଇ ନାହାନ୍ତି ଆର୍ୟନ

ଆର୍ୟନଙ୍କ ସହିତ ଅରବାଜଙ୍କୁ ମଧ୍ୟ ଗୋଟିଏ ସେଲ୍‌ରେ ରଖାଯାଇଛି। ଆର୍ୟନଙ୍କ ଘରୁ ଦୁଇଟି ଚାଦର ଏବଂ କିଛି ପୋଷାକ ଆସିଛି। ଜେଲ୍‌ ପକ୍ଷରୁ ତାଙ୍କୁ ଗୋଟିଏ କମ୍ବଳ ବିଛାଇବାକୁ ଦିଆଯାଇଛି। ଏହା ମଧ୍ୟ କୁହାଯାଉଛି ଯେ, ଆର୍ୟନ ୪ ଦିନ ହେବ ଗାଧୋଇ ନାହାନ୍ତି। ହେଲେ ଜେଲ୍ ନିୟମ ଅନୁଯାୟୀ, ତାଙ୍କୁ ନିୟମିତ ସେଭିଂ କରିବାକୁ ପଡୁଛି।

ଯେଉଁ ଜେଲ୍‌ରେ ସଞ୍ଜୟ ଦତ୍ତ ଥିଲେ ସେଠାରେ ଆର୍ୟନ

ସୂତ୍ର ମୁତାବକ, ଆର୍ୟନଙ୍କୁ ବର୍ତ୍ତମାନ ପିଲାଙ୍କ ଓ୍ଵାର୍ଡର ତଳେ ଥିବା ସେଲ୍‌ରେ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସହିତ ସେଲ୍‌ରେ ଦୁଇ ବୃଦ୍ଧ, ଜଣେ ଦିବ୍ୟାଙ୍ଗ ସମେତ ତିନି ଜଣ ବିଚାରଧୀନ କଏଦୀ ଅଛନ୍ତି। ଏହି ସେଲ୍‌ରେ କିଛି ଦିନ ପର୍ଯ୍ୟନ୍ତ ସଞ୍ଜୟ ଦତ୍ତ ମଧ୍ୟ ଥିଲେ। ଆର୍ୟନଙ୍କ କ୍ଵାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଏଠାରୁ ସାଧାରଣ ଓ୍ଵାର୍ଡକୁ ପଠାଯିବ। ଉକ୍ତ ଓ୍ଵାର୍ଡରେ ଏକ ସଙ୍ଗେ ୫୦୦ କଏଦୀଙ୍କ ରହିବା ବ୍ୟବସ୍ଥା ରହିଛି।

   Related Posts