ଏନସିବି ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଆର୍ଯ୍ୟନ୍ ଖାନ, କହିଲେ- ମୋ ହ୍ୱାଟସ୍ ଆପ୍ ଚାଟକୁ ଭୁଲ୍ ଭାବରେ ଉପସ୍ଥାପନା କରୁଛି

Published By : Prameya-News7 Bureau | October 23, 2021 IST

ମୁମ୍ବାଇ ୨୩/୧୦: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି। ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଦୁଇଥର ପ୍ରତ୍ୟାଖ୍ୟାନ କରାଯାଇଛି, ଏହା ପରେ ସେ ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ଆର୍ଯ୍ୟନ ଖାନଙ୍କ ପକ୍ଷରୁ କୁହାଯାଇଛି ଯେ କ୍ରୁଜ୍ ଜାହାଜରେ ଡ୍ରଗ୍ସ ଜବତ ମାମଲାରେ ଏନସିବି ତାଙ୍କ ହ୍ୱାଟସ୍ ଆପ୍ ଚାଟକୁ ଭୁଲ ଉପସ୍ଥାପନ କରୁଛି।

ସୂଚନା ଅନୁଯାୟୀ, ବୁଧବାର ଦିନ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି ଯାହା ଅକ୍ଟୋବର ୨୬ ରେ ଶୁଣାଣି ହେବ। ଆର୍ଯ୍ୟନ୍ ଖାନଙ୍କ ପିଟିସନରେ ଦର୍ଶାଯାଇଛି ଯେ ଏନସିବି ତାଙ୍କ ହ୍ୱାଟସ୍ ଆପ୍ ଚାଟକୁ ଭୁଲ ଭାବରେ ବ୍ୟାଖ୍ୟା କରିଛି, ଯାହା ଭୁଲ ଏବଂ ଅନୁଚିତ ଅଟେ। ଆର୍ଯ୍ୟନଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି, ଏନସିବି ତାଙ୍କଠାରୁ କୌଣସି ପ୍ରକାରର ଡ୍ରଗ୍ସ ପାଇ ନାହିଁ ଏବଂ ଅରବାଜ ମର୍ଚାଣ୍ଟ ଓ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଆର୍ଯ୍ୟନଙ୍କ ପିଟିସନରେ କୁହାଯାଇଛି, ଯେଉଁ ହ୍ୱାଟସ୍ ଆପ୍ ଚାଟ ଏନସିବି ଦର୍ଶାଉଛି, ତାହା ସେହି ଘଟଣା ପୂର୍ବରୁ। ଯାହାର ଏହି ଘଟଣା ସହ କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତ ବାର୍ତ୍ତା କୌଣସି ଷଡଯନ୍ତ୍ର ସହିତ ଲିଙ୍କ୍ ହୋଇପାରିବ ନାହିଁ ଯେଉଁଥିପାଇଁ ଗୁପ୍ତ ସୂଚନା ଗ୍ରହଣ କରାଯାଇଥିଲା। ଆବେଦନରେ କୁହାଯାଇଛି ଯେ ସେହି ବାର୍ତ୍ତାଗୁଡ଼ିକୁ ଭୁଲ ଭାବରେ ଦର୍ଶାଯାଉଛି, ସେମାନଙ୍କୁ ଏହିପରି ଉପସ୍ଥାପନ କରିବା ଭୁଲ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.