କିଂଗ ଖାନଙ୍କ ପୁଅ ଆର୍ୟନଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହେଲା ହ୍ୟାକ୍, ଥିଲେ୧୦ଲକ୍ଷରୁ ଅଧିକ ଫୋଲଅର୍ସ

Published By : Prameya-News7 Bureau | January 23, 2019 IST

wp:heading {"level":5}
ମୁମ୍ବାଇ ୨୩|୧: ବଲିଉଡର  କିଂଗ ଖାନ ଶାହରୁଖଙ୍କ ପୁଅ ଆର୍ୟନ ଖାନ ୟୁନିଭରସିଟି ଅଫ ସର୍ଦନ କ୍ୟାଲିର୍ଫନିଆରେ ପାଠ ପଢନ୍ତି। ୧୯୯୧ ମସିହାରେ ଶାହରୁଖ ଗୌରିଙ୍କୁ ବିବାହ କରିଥିଲେ। ୨୫ ବର୍ଷ ବୟସରେ ଶହାରୁଖ ତାଙ୍କ କିଶୋର ବୟସର ପ୍ରେମିକାଙ୍କୁ ବିବାହ କରିଥିଲେ। ସାଧାରଣତଃ ସିନେମା ଜଗତରେ କମ ବୟସରେ କିମ୍ୱା ଶିଘ୍ର ବିବାହ କରିବାକୁ କେହି ପ୍ରସ୍ତୁତ ନଥାନ୍ତି। କିଏ ନିଜ କ୍ୟାରିଅର ଭବିଷ୍ୟତ ଚିନ୍ତାରେ ଥାଏ ତ କିଏ  ଲୋକପ୍ରିୟତା ହାସଲ କରିବାରେ ବ୍ୟସ୍ଥ ଥାଏ। ତେବେ ଏହି କାରଣରୁ ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ବିଳମ୍ବରେ ବିବାହ କରନ୍ତି। କିନ୍ତୁ କିଂଗ ଖାନଙ୍କର ବିବାହକୁ ନେଇ ମତ ସମ୍ଫୂର୍ଣ୍ଣ ଅଲଗା।
/wp:heading {"id":77248,"width":590,"height":332}
wp:heading {"level":5}
 ଶାହରୁଖ ଗୌରୀଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ। ଏହା ସହ ସାକ୍ଷାତକାରରେ ମଧ୍ୟ ଶାହରୁଖ ଏହା କହିଥିଲେ ଯେ ସେ ତାଙ୍କ ଜାବନର ସଫଳତା ତାଙ୍କ ସ୍ତ୍ରୀଙ୍କ ସହ ଉପଭୋଗ କରିବାକୁ ଚାହାନ୍ତି। ଲଭ୍‌ ଏବଂ ଲକ୍‌ ଜୀବନରେ ସେ ଏକା ସହ ହାସଲ କରିଥିଲେ ବୋଲି କୁହନ୍ତି। ବିବାହ ପରେ ଆର୍ୟନ ଓ ସୁହାନା ଜନ୍ମ ହୋଇଥିଲେ।  ୧୯୯୭ ମସିହା ନଭେମ୍ୱର ୧୩ ତାରିଖରେ ଆର୍ୟନଙ୍କ ଜନ୍ମ ହୋଇଥିଲା। ଆର୍ୟନ ମଧ୍ୟ ବଲିଉଡରେ ଖୁବ୍‌ ଶୀଘ୍ର ପାଦ ରଖିବାକୁ ଯାଉଛନ୍ତି।
/wp:heading {"id":77249}
wp:heading {"level":5}
 ସୁଚନାଯୋଗ୍ୟ ଯେ ବଲିଉଡର ଫେମସ ପ୍ରଯୋଜକ କରନ ଯୋହାରଙ୍କ ଜରିଆରେ ଆର୍ୟନ ତାଙ୍କ ଡେବ୍ୟୁ ପିଲ୍ମ କରିବେ। ତେବେ ବାପାଙ୍କ ଭଳି ପୁଅ ମଧ୍ୟ ବଲିଉଡକୁ ତାଙ୍କ କ୍ୟାରିଅର ଭାବେ ବାଛିଚନ୍ତି। ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀଦେବୀ ଓ ବଲିଉଡ ସିନେମା ନିର୍ମାତା ବୋନି କପୁରଙ୍କ ଝିଅ ଜାନଭୀ କପୁରଙ୍କ ସହ ଆର୍ୟନଙ୍କୁ ପରଦାରେ ଦେଖିବାକୁ ମିଳିବ।
/wp:heading {"id":77250,"width":590,"height":443}
wp:heading {"level":5}
 ଶାହରୁଖ ଖାନଙ୍କ ଜିଅ ସୁହାନା ମଧ୍ୟ ବଡ ପରଦାରେ ଆସିବାର ପ୍ରସ୍ତୁତି କରୁଛନ୍ତି। ସୋସିଏଲ ମିଡିଆରେ ଷ୍ଟାରଙ୍କ ଆକାଉଣ୍ଟ ହ୍ୟାକ ହବା କିଛି ନୂଆ କଥା ନୁହଁ। ଆର୍ୟନଙ୍କ ପୂର୍ବରୁ ଅନେକ ବଲିଉଡ ଅଭିନେତାଙ୍କ ଆକାଉଣ୍ଟ ହ୍ୟାକ ହୋଇସାରିଛି। ଅମିତାଭ ବଚ୍ଚନ, ଶାହିଦ କପୁର, ରିଷି କପୁର, ଅଭିଶେକ ବଚ୍ଚନ, ମହେଶ ଭଟ୍ଟ, କରନ ଯୋହାର, ଶୃତି ହାସନ, ଅଲି ଜଫର, ଏବଂ ବୋନି କପୁରଙ୍କ ଆକାଉଣ୍ଟ ଏବେ ହ୍ୟାକ ହବାର ଖବର ଆସିଥିଲା।              
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.