Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଶାହାରୁଖ୍‌ଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନୀ ଆଙ୍କର, କହିଲେ ‘ଭାରତ ଛାଡି ପାକିସ୍ତାନ ଆସି ରୁହନ୍ତୁ’…

27/10/2021 at 10:05 AM

ନୂଆଦିଲ୍ଲୀ ୨୭।୧୦ : ବଲିଉଡର ନାମୀଦାମୀ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଜେଲରେ ଅଛନ୍ତି। ତାଙ୍କ ଅଡୁଆ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ ଦେଉଛନ୍ତି। ପଡୋଶୀ ଦେଶ ପାକିସ୍ତାନ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ସପକ୍ଷରେ ଆସିଛି। ପାକିସ୍ତାନୀ ଅନ୍ୟତମ ଲୋକପ୍ରିୟ ଆଙ୍କର ୱାକର ଜାକା ସୋସିଆଲ ମିଡିଆ ମାଧ୍ୟମରେ ଆର୍ଯ୍ୟନ ଖାନ ଡ୍ରଗ୍ସ ଉପରେ ଶାହରୁଖଙ୍କୁ ସମର୍ଥନ କରିଛନ୍ତି। ଏହା ସହିତ ତାଙ୍କୁ ଭାରତ ଛାଡି ପାକିସ୍ତାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜାକାଙ୍କ ପାଇଁ ଏହା କହିବା ଭାରୀ ପଡିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଛନ୍ତି।

ୱାକର ଜାକା ତାଙ୍କ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଶାହରୁଖ ଖାନଙ୍କ ବିଷୟରେ ଲେଖିଛନ୍ତି, ଶାହରୁଖ ଖାନ ସାର୍‌, ଭାରତ ଛାଡି ପରିବାର ସହ ପାକସ୍ତାନନକୁ ପଳାଇ ଆସନ୍ତୁ। ନରେନ୍ଦ୍ର ମୋଦି ସରକାର ଆପଣଙ୍କ ପାଇଁ ଯାହା କରୁଛନ୍ତି ତାହା ମୂର୍ଖତା ଅଟେ। ମୁଁ ଶାହରୁଖ ଖାନଙ୍କ ସହିତ ଛିଡା ହୋଇଛି । ୱାକର ଜାକାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ମନ୍ତବ୍ୟ ଦେଇ ଟ୍ରୋଲ କରିଛନ୍ତି।

   Related Posts