ଜେଲ୍‌ରେ ଏମିତି କଟିବ ଆର୍ଯ୍ୟନ୍‌ଙ୍କ ଦିନ : ମିଳିବନି ବାହାର ଖାଦ୍ୟ..

Published By : Prameya-News7 Bureau | October 09, 2021 IST

ମୁମ୍ବାଇ ୦୯/୧୦ :ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ଶୁଣାଣି ପରେ ଆର୍ଯ୍ୟନ୍ ଖାନଙ୍କୁ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅଭିଯୁକ୍ତଙ୍କ ଜାମିନ ଆବେଦନକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଏନସିବି କାର୍ଯ୍ୟାଳୟରୁ ବାହାର କରି ଜେଲକୁ ନିଆଯାଇଥିଲା। ବର୍ତ୍ତମାନ ଆର୍ଯ୍ୟନ୍ ଖାନଙ୍କ ସମେତ ସମସ୍ତ ୮ ଅଭିଯୁକ୍ତଙ୍କ ଜେଲର ସ୍ୱତନ୍ତ୍ର କ୍ୱାରେଣ୍ଟାନ ରୁମରେ ରହିଛନ୍ତି। ପୁରୁଷମାନଙ୍କୁ ଆର୍ଥର ରୋଡ ଜେଲ ଏବଂ ମହିଳାମାନଙ୍କୁ ବାଇକୁଲା ଜେଲକୁ ପଠାଯାଇଛି। ସୂଚନାଯୋଗ୍ୟ, ଏହି ଜେଲରେ ପୂର୍ବରୁ କଷାବ, ଅବୁ ସାଲେମ, ସଞ୍ଜୟ ଦତ୍ତଙ୍କ ଭଳି ନାମୀ ଅପରାଧି ସଜା କାଟିଛନ୍ତି

ତେବେ ଜେଲରେ ରହିବା ସମୟରେ ଅଭିଯୁକ୍ତଙ୍କୁ କୌଣସି ପ୍ରକାରର ସୁବିଧା ଦିଆଯିବ ନାହିଁ। ଆର୍ଯ୍ୟନ୍ ଖାନଙ୍କ ବିଷୟରେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି, କାରଣ ସେ ଜଣେ ସୁପରଷ୍ଟାରଙ୍କ ପୁଅ । କିନ୍ତୁ ତାଙ୍କୁ କୌଣସି ପ୍ରକାରର ଅଲଗା ସୁବିଧା ଦିଆଯିବ ନାହିଁ । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ସମାନ ଖାଦ୍ୟ ଖାଇବାକୁ ପଡ଼ିବ। ତେବେ ଜେଲରେ ରହିବା ସମୟରେ ଆର୍ଯ୍ୟନ୍ ଖାନଙ୍କ ସମ୍ପୂର୍ଣ୍ଣ ରୁଟିନ୍ ବାକି କଏଦୀଙ୍କ ପରି ରହିବ।

wp:gallery {"ids":[524564],"linkTo":"none"} /wp:gallery

ଆର୍ଯ୍ୟନ୍ ଏବଂ ଅରବାଜ୍  ଜେଲର ପ୍ରଥମ ମହଲାରେ  ରହିବେ। ଏହାପୂର୍ବରୁ ଜେଲର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂଆ ଅଭିଯୁକ୍ତଙ୍କୁ ୦୩ ରୁ ୫ଦିନ ଯାଏଁ କ୍ୱାରାଣ୍ଟିନ ସେଲରେ ରଖାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ୟୁନିଫର୍ମ ଦିଆଯାଇ ନାହିଁ। ଜେଲରେ ଆର୍ଯ୍ୟନ୍ ଖାନଙ୍କୁ କୌଣସି ବିଶେଷ ଦେଖା ଚାହାଁ କରାଯିବ ନାହିଁ। ଘରେ ରନ୍ଧା ଖାଦ୍ୟ ଖାଇବା ପାଇଁ ସେମାନଙ୍କୁ ପ୍ରଥମେ କୋର୍ଟରୁ ଅନୁମତି ନେବାକୁ ପଡିବ । ତେବେ କାହାରିକୁ ବାହାରର ଖାଦ୍ୟ ଦିଆଯିବ ନାହିଁ ବୋଲି କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି। ଅନ୍ୟ କଏଦୀମାନଙ୍କ ପରି ଆର୍ଯ୍ୟନଙ୍କୁ ସକାଳ ୭ଟା ସୁଦ୍ଧା ଜେଲରେ ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବେ । ସେହିପରି ୧୧ଟା ବେଳକୁ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ଆର୍ଥର ଜେଲ୍‌ରେ କଏଦୀଙ୍କୁ ମିଳିଥାଏ।

ଯଦି ଆର୍ଯ୍ୟନ୍ ଜେଲ୍ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଉ ନାହାଁନ୍ତି, ଜେଲ କ୍ୟାଣ୍ଟିନରୁ ଅତିରିକ୍ତ ଟଙ୍କା ଦେଇ ନିଜ ପସନ୍ଦର ଖାଇବାର ଖାଇ ପାରିବେ। ଏଥିପାଇଁ ସେ ଘରୁରୁ ଟଙ୍କା ଅର୍ଡର ମାଧ୍ୟମରେ ଟଙ୍କା ପାଇପାରିବେ। ଖାଦ୍ୟ ପାଇବା ପରେ କଏଦୀମାନେ ବୁଲାବୁଲି କରିପାରିବେ କିନ୍ତୁ ଆର୍ଯ୍ୟନ୍‌ଙ୍କର କ୍ବାରେନ୍‌ଣ୍ଟାଇନ୍‌ ଶେଷ ନହେବା ପର୍ଯ୍ୟନ୍ତ ଅନୁମତି ମିଳି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.