ଡ୍ରଗ୍ସ ମାମଲାରେ ନୂଆ ଟ୍ବିଷ୍ଟ, ନୱାବ ମଲ୍ଲିକଙ୍କ ନାଁରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ବିଜେପି ନେତା

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧।୧୦  : ମନ୍ତ୍ରୀ ନୱାବ ମଲ୍କିକଙ୍କ ନାଁରେ ମାନହାନୀ ମକଦ୍ଦମା। ୧୦୦ କୋଟି ଟଙ୍କା ମାନହାନି ମକଦ୍ଦମା କଲେ ବିଜେପି ନେତା। ଲଗାତର ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ ରାଗିଯାଇ ଏଭଳି ପଦକ୍ଷେପ ନେଇଛନ୍ତି ବିଜେପି ନେତା। ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲ୍ଲିକଙ୍କ ନାଁରେ ମକଦ୍ଦମା କରିଛନ୍ତି ବିଜେପି ନେତା ମୋହିତ କାମ୍ବୋଜ।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳି ସାରିଛି। ବର୍ତ୍ତମାନ ଜେଲ୍‌ରୁ ମୁକୁଳି ସାରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ବୟାନବାଜି ଯୋଗୁଁ ଏହି ମାମଲା ଏବେବି ଚର୍ଚ୍ଚାରେ ରହିଛି। ଗତ କିଛି ଦିନ ହେବ ନୱାବ ମଲ୍ଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ ଲଗାତାର ଭାବେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ କନେକସନ୍‌ ଥିବା କଥା ଉଠାଇଥିଲେ। ଏହି କାରଣରୁ ଅକ୍ଟୋବର ୯ରେ ମଲ୍ଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ । ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ ବୋଲି ମୋହିତ ଏହି ନୋଟିସ ଜରିଆରେ କହିଥିଲେ। କିନ୍ତୁ ନୱାବ ମଲ୍ଲିକ ନୋଟିସ ସତ୍ତ୍ୱେ ତାଙ୍କ ଉପରେ ଟାର୍ଗେଟ କରିବା ଜାରି ରଖିଥିଲେ।

ଏଥିରେ ରାଗିଯାଇ ବିଜେପି ନେତା ମୋହିତ ଏବେ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ନୱାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି।  ଏହାକୁ ନେଇ ଏବେ ନୱାବ ମଲିକଙ୍କ ବିରୋଧରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେପି ନେତା। ସେପଟେ ଏନେଇ ଏନ୍‌ସିପି ନେତା ନବାବ ମଲିକ କିନ୍ତୁ ଏପର୍ଯ୍ୟନ୍ତ ନିଜର ପ୍ରତିକ୍ରିୟା ଦେଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.