ବଲିଉଡର ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଶାହରୁଖଙ୍କ ପୁଅ

Published By : Prameya-News7 Bureau | July 22, 2019 IST

ମୁମ୍ବାଇ୨୨|୭: ବଲିଉଡରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଶାହରୁଖ ଖାନଙ୍କ  ପୁଅ ଆର୍ଯ୍ୟନ ଖାନ୍‌ ଏବେ ଦୁଇଟି ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।  ପ୍ରଥମଟି ହେଉଛି ଫିଲ୍ମ “ଦ ଲାୟନ କିଙ୍ଗ”ରେ ଥିବା ସିମ୍ବା ଚିରିତ୍ର ପାଇଁ ନିଜର ସ୍ବର ଦେଇଛନ୍ତି ଆର୍ଯ୍ୟନ। ଗତ ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମକୁଦର୍ଶକ ବେଶ ପସନ୍ଦ କରୁଛନ୍ତି। ଦ୍ବିତୀୟ ହେଉଛି ଆର୍ଯ୍ୟନ ଏବେ ରିଲେସନଶିପ୍‌ରେ ଅଛନ୍ତି।

{"id":136248}

ଆର୍ଯ୍ୟନ ନିଜ ପାଠପଢା ଲଣ୍ଡନରୁ କରିଛନ୍ତି। ତେବେ ସୂଚନାଯୋଗ୍ୟ ଯେ, ଲଣ୍ଡନରେ ରହୁଥିବା ଜଣେ ଯୁବତୀଙ୍କୁ ଡେଟ୍‌ କରୁଛନ୍ତି ଆର୍ଯ୍ୟନ ।ଯୁବତୀ ଜଣକ ହେଉଛନ୍ତି ଜଣେ ସେଲିବ୍ରିଟି ବ୍ଲଗର୍‌। କେବଳ ସେତିକି ନୁହେଁ ଆର୍ଯ୍ୟନଙ୍କ ମା' ଗୌରୀ ଖାନ୍‌ ମଧ୍ୟ ତାଙ୍କ ପ୍ରେମିକାଙ୍କୁ ଭେଟି ସାରିଛନ୍ତି।  ଗୌରୀ ନିଜ ପୁଅର ପ୍ରେମିକାଙ୍କୁ ବହୁତ ପସନ୍ଦ କରିଛନ୍ତି।

{"id":136250,"width":568,"height":462}

ଅପରପକ୍ଷରେ ରିପୋର୍ଟ ଅନୁସାରେ ଆର୍ଯ୍ୟନ ଜଣେ ବିଦେଶୀ ବ୍ଲଗରଙ୍କୁ ନୁହେଁ ବରଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ରିଲେସନଶିପ୍‌ରେ ଅଛନ୍ତି। ଆର୍ଯ୍ୟନ ଖାନ୍‌ ଓ ଅନନ୍ୟା ପାଣ୍ଡେ ପିଲାବେଳୁ ପରସ୍ପରଙ୍କୁ ଭଲ ଭାବେ ଜାଣିଛନ୍ତି। ଆର୍ଯ୍ୟନଙ୍କ ଭଉଣୀ ସୁହାନା ଖାନ ଓ ଅନନ୍ୟା ପାଣ୍ଡେ ବେଷ୍ଟ ଫ୍ରେଣ୍ଡସ୍‌।  

{"id":136252}

 ଏହି ଗଲର୍ସ ଗ୍ୟାଙ୍ଗରେ ସୁହାନା ଓ ଅନନ୍ୟାଙ୍କ ସହ ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ମଧ୍ୟ ସାମିଲ ଅଛନ୍ତି। ଆର୍ଯ୍ୟନ ଓ ଅନନ୍ୟା ନିଜ ସମ୍ପର୍କ ବିଷୟରେ କିଛି କହିନାହାନ୍ତି। ଏହି କପଲ୍‌ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରନ୍ତି ନାହିଁ । ଏହା ପୂର୍ବରୁ ଆର୍ଯ୍ୟନ ଖାନଙ୍କ ନାଁ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ସହ ଯୋଡା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.