ଏନସିବି ପଚରାଉଚରା ସମୟରେ ଲଗାତାର କାନ୍ଦୁଥିଲେ ଆର୍ଯ୍ୟନ୍, ପିତା ଶାହରୁଖଙ୍କ ସହ ମାତ୍ର ଦୁଇ ମିନିଟ୍ ହେଲା କଥାବାର୍ତ୍ତା

Published By : Prameya-News7 Bureau | October 04, 2021 IST

ମୁମ୍ୱାଇ ୦୪/୧୦: କ୍ରୁଜରେ ଡ୍ରଗ୍ସ ପାର୍ଟି ଲିଙ୍କରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ ପରେ ଖୋଲିବାରେ ଲାଗିଛି ଗୁମର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରବିବାର ତାଙ୍କୁ ଗିରଫ କରିବା ପରେ ଲଗାତାର ଚାଲୁରହିଛି ପଚରାଉଚରା । ତେବେ ପଚରାଉଚରା ସମୟରେ ଆର୍ଯ୍ୟନ ଖାନ ଖୁବ୍ ଭାଙ୍ଗି ପଡିଥିଲେ ବୋଲି ଚର୍ଚ୍ଚା ହେଉଛି ।

wp:html
/wp:html

ଏମିତିକି ପଚରାଉଚୁରାରେ ଆର୍ଯ୍ୟନ ନିଜ କୋହ ସମ୍ଭାଳି ନପାରି କାନ୍ଦିବାକୁ ଲାଗିଥିଲେ । ଏନସିବି ସୂତ୍ର ଅନୁଯାୟୀ ଶାହରୁଖ ଖାନ ତାଙ୍କ ପୁଅ ଆର୍ଯ୍ୟନଙ୍କ ସହ ଫୋନରେ କଥା ହୋଇଛନ୍ତି। ଗିରଫ ପରେ, ଆଇନଗତ ପ୍ରକ୍ରିୟାର ଏକ ଅଂଶ ଭାବରେ, ଏନସିବି ଆର୍ଯ୍ୟନଙ୍କୁ ତାଙ୍କ ପିତା ଶାହାରୁଖଙ୍କ ସହ ତାଙ୍କ ଲ୍ୟାଣ୍ଡଲାଇନ ଫୋନରୁ ମାତ୍ର ୨ ମିନିଟ କଥା ହେବାର ସୁଯୋଗ ଦେଇଥିଲେ ।

ଏନସିବି ଅନୁସନ୍ଧାନରୁ ଜଣାପଡିଛି ଯେ ଆର୍ଯ୍ୟନ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଛନ୍ତି । ଆର୍ଯ୍ୟନ ଭାରତ ବାହାରେ ଡ୍ରଗ୍ ସେବନ କରିଛନ୍ତି । ଆର୍ଯ୍ୟନ୍ ସହ ଧରାପଡିଥିବା ତାଙ୍କ ବନ୍ଧୁ ଅରବାଜ୍ ପ୍ରାୟ ୧୫ ବର୍ଷ ଧରି ସାଙ୍ଗ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.