ଆର୍ଯ୍ୟନଙ୍କ ସପୋର୍ଟରେ ବାହାରିଲେ ଜାଭେଦ୍‌ ଅଖତର୍‌ : କହିଲେ-'ହାଇ ପ୍ରୋଫାଇଲ ହେଲେ ଏହି ସ୍ଥିତି ଦେଇ ଗତି କରିବାକୁ ପଡେ'...

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଳୀ ୨୦।୧୦ : ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟ ଖାନଙ୍କ ଆଜି ଜାମିନ୍‌ ଆବେଦନ ନେଇ ଶୁଣାଣି ହେବ । ହେଲେ ଏହାରି ମଧ୍ୟରେ ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସ ଚାଟ୍‌ କରିଥିବା ନେଇ ଖୁଲାସା ହୋଇଛି । କିନ୍ତୁ ଏପଟେ ଏହି ମାମଲାରେ ଗୀତିକାର ଜାଭେଦ ଅଖତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯାହା ଖୁବ୍‌ଭାଇରାଲ୍‌ ହେବାରେ ଲାଗିଛି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର 'ହାଇ ପ୍ରୋଫାଇଲ୍' ମନୋବଳ ଯୋଗୁଁ ଏହାର ତଦାରଖ ଚାଲିଛି ଏବଂ ଏଥିପାଇଁ ତାଙ୍କୁ 'ମୂଲ୍ୟ' ଦେବାକୁ ପଡିବ।

ଅନ୍ୟପଟେ 'ଚେଞ୍ଜମେକର୍ସ' ନାମକ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜାଭେଦ୍ ଅଖତର ଶାହରୁଖ ଏବଂ ଆର୍ଯ୍ୟନଙ୍କୁ ନାମ ନନେଇ ତାଙ୍କୁ ସମର୍ଥନ କରିଥିଲେ। ଇଭେଣ୍ଟରେ ଏହା ପଚରାଯାଇଥିଲା ବର୍ତ୍ତମାନ ବଲିଉଡକୁ ନିରନ୍ତର ଭାବେ ଟାର୍ଗେଟ କରାଯାଉଛି? ଏହାର ଜବାବ ଦେଇ ଜାଭେଦ ଅଖତର କହିଛନ୍ତି, 'ଫିଲ୍ମ ଇଣ୍ଡଷ୍ଟ୍ରୀରେ ଉଚ୍ଚ ବା ହାଇ ପ୍ରୋଫାଇଲ୍ ହେବାରୁ ଏହି ମୂଲ୍ୟ ଦେବାକୁ ପଡିବ। ଯେତେବେଳେ ତୁମେ ଉଚ୍ଚ ପ୍ରୋଫାଇଲ୍ ହେବ, ଲୋକମାନେ ତୁମକୁ ତଳକୁ ଟାଣିବେ ଏବଂ ତୁମ ଉପରେ କାଦୁଅ ପକାଇବେ । ଅନ୍ୟ ପଟେ, ଯଦି ଆପଣଙ୍କର ପ୍ରୋଫାଇଲ୍ ନାହିଁ, ତେବେ ଆପଣଙ୍କୁ କେହି ଜାଣନ୍ତି ନାହିଁ, ଏହା ସହ ଆପଣଙ୍କ ଉପରେ ପଥର ଫିଙ୍ଗିବା ପାଇଁ ବି କାହାର ସମୟ ନାହିଁ? '

wp:html /wp:html

ଏନେଇ ଜାଭେଦ ଆହୁରି ମଧ୍ୟ କହିଛନ୍ତି ଯେ ପୋର୍ଟରେ ଧରାଯାଇଥିବା ୧ ବିଲିୟନ ଡଲାର ମୂଲ୍ୟର କୋକେନ ବିଷୟରେ କୌଣସି ହେଡଲାଇନ ପଢି ନାହିଁ , କିନ୍ତୁ ଯଦି ୧.୩୦ ଲକ୍ଷର ଚରସ କିମ୍ବା ଗଞ୍ଜା ଧରାହେଲା ଯଦି, ଏହା ଏକ ଜାତୀୟ ଖବର ପାଲଟି ଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.