ଆର୍ଯ୍ୟନ୍ ଖାନଙ୍କୁ ଝଟକା: ସମସ୍ତ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

Published By : Prameya-News7 Bureau | October 20, 2021 IST

ମୁମ୍ୱାଇ ୨୦/୧୦: ବହୁ ଚର୍ଚ୍ଚିତ ମୁମ୍ୱାଇ କ୍ରୁଜ୍ ରେଭ ପାର୍ଟି ମାମଲାରେ ଜୁନିୟର କିଙ୍ଗ ଖାନଙ୍କୁ ପୁଣି ଝଟକା । ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେିଛନ୍ତି । ସେହିଭଳି ଅନ୍ୟ ଦୁଇ ଜଣଙ୍କ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ୍ ଧାମେଚାଙ୍କର ମଧ୍ୟ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି ।

wp:html /wp:html

ଅକ୍ଟୋବର ୩ ରେ ଆର୍ଯ୍ୟନଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ମଡେଲ ମୁମୁନ ଧାମେଚାଙ୍କ ସମେତ ଅନ୍ୟ ୭ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଅକ୍ଟୋବର ୨ ରେ ମୁମ୍ବାଇ କ୍ରୁଜ୍ ରୁ ଡ୍ରଗ୍ସ ଜବତ ହେବା ପରେ ତାଙ୍କୁ ଏନସିବି ଗିରଫ କରିଥିଲା । ସେବେଠାରୁ ୨୩ ବର୍ଷୀୟ ଆର୍ଯ୍ୟନ୍ ମୁମ୍ବାଇର ଆର୍ଥର୍ ରୋଡ୍ ଜେଲରେ ରହିଛନ୍ତି ।

ଏନସିବି ତରଫରୁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଅନୀଲ ସିଂ ଯୁକ୍ତି ଦର୍ଶାଇଥିଲେ ଆର୍ଯ୍ୟନ୍ ଡ୍ରଗ୍ସ ମାମାଲାରେ ଦୋଷୀ ଅଟନ୍ତି । ସେ ପ୍ରଥମ ଥର ପାଇଁ ଗ୍ରାହକ ନୁହଁନ୍ତି । କୋର୍ଟରେ ରଖାଯାଇଥିବା ପ୍ରମାଣରୁ ଜଣାପଡିଛି ଯେ ସେ ଗତ କିଛି ବର୍ଷ ଧରି ନିୟମିତ ନିଶା ସେବନ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.