ଜେଲରେ ହିଁ ରହିବେ ଆର୍ଯ୍ୟନ: ଖାରଜ ହେଲା ଜାମିନ ଆବେଦନ, ସାମ୍ନାକୁ ଆସିଲା ନୂଆ ଅଭିନେତ୍ରୀଙ୍କ ନାଁ

Published By : Prameya-News7 Bureau | October 20, 2021 IST

ମୁମ୍ବାଇ ୨୦/୧୦ : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ NDPS କୋର୍ଟ ଖାରଜ କରିଦେଇଛନ୍ତି। ଅକ୍ଟୋବର ୧୩ ତାରିଖରେ ଉଭୟ ପକ୍ଷର ଯୁକ୍ତିତର୍କ ପରେ କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ। ୨୦ ତାରିଖ, ବୁଧବାର ଦିନ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ଅରବାଜ ମର୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ଏନସିବି କୋର୍ଟରେ ଆର୍ଯ୍ୟନଙ୍କ କିଛି ଡ୍ରଗ୍ସ ସମ୍ବନ୍ଧୀୟ ଚାଟ ଜମା କରିଛି। ଜଣେ ଅପକମିଙ୍ଗ ବଲିଉଡ ଅଭିନେତ୍ରୀ ଓ ଆର୍ଯ୍ୟନଙ୍କ ମଧ୍ୟରେ ଚାଟ ହୋଇଥିବା କୁହାଯାଉଛି।

{"id":530159,"sizeSlug":"full","linkDestination":"none"}

ସ୍ପେଶାଲ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ କୋର୍ଟରେ ଆର୍ଯ୍ୟନ ଓ ତାଙ୍କ ସାଥି ଅରବାଜ ଓ ମୁନମୁନଙ୍କ ଜାମିନ ଖାରଜ କରାଯାଇଛି। ANI ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଏନସିବି କହିଛି ଯେ ଆର୍ଯ୍ୟନଙ୍କ ହ୍ୱାଟ୍ସଆପ ଚାଟ କୋର୍ଟରେ ଜମା କରାଯାଇଛି। ଏନସିବିକୁ ଡ୍ରଗ୍ସ ସମ୍ବନ୍ଧୀୟ ଚାଟ ହସ୍ତଗତ ହୋଇଛି ଯାହା ଜଣେ ନୂଆ ଅଭିନେତ୍ରୀ ଓ ଆର୍ଯ୍ୟନଙ୍କ ମଧ୍ୟରେ ହୋଇଛି।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଗତ କିଛି ଦିନ ହେଲା ସ୍ଥଗିତ ରଖାଯାଇଥିଲା। ଅକ୍ଟୋବର ୧୪ ରେ ବିଚାରପତି ଓକିଲଙ୍କ ଦଲିଲ ଶୁଣିବା ପରେ ଫଇସଲା ସୁରକ୍ଷିତ ରଖିଥିଲେ। ବୁଧବାର ଦିନ ଶୁଣାଣି ବେଳେ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ବର୍ତ୍ତମାନ ଆର୍ଯ୍ୟନଙ୍କୁ ଜେଲରେ ହିଁ ରହିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.