ଆର୍ଯ୍ୟନ୍ ଖାନଙ୍କୁ ବେଲ୍ ନା ଜେଲ୍ ? ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି, ଏନସିବି କରିବ ବିରୋଧ

Published By : Prameya-News7 Bureau | October 26, 2021 IST

ମୁମ୍ବାଇ ୨୬/୧୦: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଥର ରୋଡ ଜେଲରେ ରହିଛନ୍ତି। ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହେବ। ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬ କୁ ଶୁଣାଣି ତାରିଖ ଦେଇଥିଲେ।

ସୂଚନା ଅନୁଯାୟୀ, ଏନସିବି ଆର୍ଯ୍ୟନ ଖାନ ଏବଂ ହାଇକୋର୍ଟରେ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବ। ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ୫୭ ନମ୍ବରରେ ଥିବାବେଳେ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ୬୪ ନମ୍ବରରେ ତାଲିକାଭୁକ୍ତ ହୋଇଛି।

ଏହା ଦେଖିବାକୁ ପଡ଼ିବ ଯେ ଆର୍ଯ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ତା’ପରେ ଦୀପାବଳି ଛୁଟି ହୋଇଯିବ। ଯଦିଓ ଶନିବାର ଦିନ କୋର୍ଟରେ କେସର ଫାଇଲିଂ ହୋଇଥାଏ, କିନ୍ତୁ ବିଚାରପତି ନିଷ୍ପତ୍ତି ନେଲେ ଯାଇ ଶୁଣାଣି ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.