ବେଲ୍ ପରେ ବି ଆର୍ଯ୍ୟନକୁ ଜେଲରୁ ମିଳୁନି ମୁକ୍ତି, ଜାମିନର କପି ନମିଳିଲେ ଜେଲରେ କଟିବ ରାତି

Published By : Prameya-News7 Bureau | October 29, 2021 IST

ମୁମ୍ୱାଇ ୨୯/୧୦: ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି । କିନ୍ତୁ ସେ କେବେ ଜେଲରୁ ବାହାରକୁ ଆସିବେ ସେନେଇ ସନ୍ଦେହ ଜାରି ରହିଛି । ଆର୍ଯ୍ୟନ୍ ଖାନ୍ ହାଇକୋର୍ଟରୁ ଜାମିନ ପାଇବା ପରେ ତାଙ୍କ ଓକିଲମାନେ ଜେଲରୁ ମୁକୁଳିବା ସହ ଜଡିତ ଔପଚାରିକତା ସମାପ୍ତ କରିବାକୁ କୋର୍ଟଙ୍କ ଆଦେଶର ନକଲକୁ ଅପେକ୍ଷା କରିଛନ୍ତି ।

ତେବେ ଜେଲରୁ ବାହାରିବା ପ୍ରକ୍ରିୟା ଏତେ ଲମ୍ବା ଯେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଜେଲରେ ଆଉ ଗୋଟିଏ ରାତି ବିତାଇ ପାରନ୍ତି । ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆଦେଶର ଏକ ନକଲ ପାଇବା ପରେ ତାଙ୍କ ଓକିଲମାନେ ତାଙ୍କୁ ତାଙ୍କୁ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ସହ ଜଡିତ ଏକ ସ୍ୱତନ୍ତ୍ର କୋର୍ଟର ଶୁଣାଣି ମାମଲାରେ ଦେଖାଇବେ ।

ଏହା ପରେ ସ୍ୱତନ୍ତ୍ର ଅଦାଲତ ରିଲିଜ୍ ଡକ୍ୟୁମେଣ୍ଟ୍ ଜାରି କରିବେ, ଯାହା ସନ୍ଧ୍ୟା ୬ଟା ସୁଦ୍ଧା ଜେଲ୍ ଅଧୀକ୍ଷକଙ୍କ ନିକଟରେ ହାଜର ହେବାକୁ ପଡିବ । ସେତେବେଳେ ଆର୍ଯ୍ୟନ୍ ଖାନ୍ ଯାଇ ମୁକ୍ତ ହୋଇପାରିବେ । କୌଣସି ପ୍ରକାର ବିଳମ୍ୱ ହେତୁ ଆର୍ଯ୍ୟନ୍ ମୁମ୍ବାଇର ଆର୍ଥର୍ ରୋଡ୍ ଜେଲରେ ଆଉ ଏକ ରାତି ବିତାଇପାରନ୍ତି । ଯଦି ଏମିତି ହୁଏ ତାହେଲେ ପରେ ଶନିବାର ମୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.