Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କ୍ରୁଜ୍ ଡ୍ରଗ୍ସ ମାମଲା: ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ, ଆଜି ଆସିବ ରାୟ

20/10/2021 at 9:49 AM

ମୁମ୍ବାଇ ୨୦/୧୦: ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ୍ ? ମନ୍ନତକୁ ଫେରିବେ ନା ପୁଣି ଫେରିବେ ଆର୍ଥର ରୋଡ୍ ଜେଲ ? ଆଜି ସେନେଇ ଆସିବ ରାୟ । ଶାହାରୁଖ ଖାନଙ୍କ ପୁଅଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ।

ଗତ ୧୪ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମୁମ୍ୱାଇର କୋର୍ଡେଲିଆ ଜାହାଜରେ ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରରୋ ଚଢ଼ାଉ ବେଳେ ଧରାପଡ଼ିଥିଲେ ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି । ଆର୍ଯ୍ୟନଙ୍କୁ ଏହି କେସରେ ରିମାଣ୍ଡରେ ନେଇ ଜେରା ବି ହୋଇଛି ।

ଅକ୍ଟୋବର ୭ ତାରିଖରେ ଜୁନିୟର କିଙ୍ଗ ଖାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଏବେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଆର୍ୟନଙ୍କ ବେଲ୍ ଆବେଦନକୁ ୧୪ ତାରିଖ ଶୁଣାଣି ବେଳେ ବିରୋଧ କରିଥିଲା ଏନସିବି । ସେ ଜାମିନରେ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କା ଥିବା ଯୁକ୍ତି ବାଢ଼ିଥିଲା ଏନସିବି ।

   Related Posts