Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଡ୍ରଗ୍ସ ମାମଲାର ହେଲା ନୂଆ ଖୁଲାସା : ଜଣାଶୁଣା ଅଭିନେତ୍ରୀଙ୍କ ସହ ଚାଟ୍ କରିଥିଲେ ଆର୍ଯ୍ୟନ…

20/10/2021 at 10:21 AM

ମୁମ୍ବାଇ ୨୦/୧୦: ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ୍ ? ମନ୍ନତକୁ ଫେରିବେ ନା ପୁଣି ଫେରିବେ ଆର୍ଥର ରୋଡ୍ ଜେଲ ? ଆଜି ସେନେଇ ଆସିବ ରାୟ । ଶାହାରୁଖ ଖାନଙ୍କ ପୁଅଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ।

ଗତ ୧୪ ଅକ୍ଟୋବର ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମୁମ୍ୱାଇର କୋର୍ଡେଲିଆ ଜାହାଜରେ ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରରୋ ଚଢ଼ାଉ ବେଳେ ଧରାପଡ଼ିଥିଲେ ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି । ଆର୍ଯ୍ୟନଙ୍କୁ ଏହି କେସରେ ରିମାଣ୍ଡରେ ନେଇ ଜେରା ବି ହୋଇଛି ।

ଯାହା ଅନୁଯାୟୀ କ୍ରୁଜ୍ ଡ୍ରଗ୍ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସହ ଏନସିବି ଏକ ଜଣାଶୁଣା ବଲିଉଡ ଅଭିନେତ୍ରୀଙ୍କ ଚାଟ୍ ମଧ୍ୟ ପାଇଛି। ଚାଟରେ, ମଦ୍ୟପାନ ନିଶା କାରବାର ବିଷୟରେ ଆଲୋଚନା ହୋଇଥିଲା । କୋର୍ଟରେ ବିତର୍କ ସମୟରେ ଏନସିବି ଟିମ୍ ଅଭିଯୁକ୍ତଙ୍କ ଚାଟ୍ କୋର୍ଟରେ ହସ୍ତାନ୍ତର କରିଥିଲେ। ଏହି ଅଭିନେତ୍ରୀ ଆର୍ଯ୍ୟନ୍‌ଙ୍କ  ବ୍ୟତୀତ ଆର୍ଯ୍ୟଙ୍କ କିଛି ଡ୍ରଗ୍ ବେପାରୀଙ୍କ ସହ ଥିବା ଚାଟ୍ ମଧ୍ୟ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା ।

   Related Posts