Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମାଆର ମାନସିକ ହେଲା ପୂରଣ : ଆର୍ଯ୍ୟନଙ୍କ ଜାମିନ ପରେ ଖୁବ୍ ଜୋରରେ କାନ୍ଦିଲେ ଗୌରୀ…

29/10/2021 at 2:37 PM

ମୁମ୍ବାଇ ୨୯।୧୦ : ଡ୍ରଗ୍ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି । ଶାହାରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ପୁଅ ପାଇଁ ବହୁତ ଚିନ୍ତିତ ଥିଲେ। ବର୍ତ୍ତମାନ ଆର୍ଯ୍ୟନଙ୍କୁ ଜାମିନ୍‌ ମିଳିବା ପରେ ନିଜର ଖୁସି ବ୍ୟକ୍ତ କରି ପାରୁ ନାହାନ୍ତି ବାପା ମାଆ । ତେଣୁ ଏହି ଦମ୍ପତି ବହୁତ ଖୁସି ଏବଂ ଭାବପ୍ରବଣ ଅଛନ୍ତି । ଏହା ସହିତ ବଲିଉଡର ତାଙ୍କର ସାଙ୍ଗ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ଖବର ପାଇବା ପରେ ଶାହାରୁଖ ଖାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡ଼ିକରେ ଶାହାରୁଖ ତାଙ୍କ ଆଇନଗତ ଟିମ୍‌ ତଥା ମ୍ୟାନେଜର ପୂଜା ଦାଦଲାନୀଙ୍କ ସହ ହସୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଶାହାରୁଖ ଏବଂ ଆର୍ଯ୍ୟନଙ୍କ ବିଷୟରେ ଅନେକ ସେଲିବ୍ରେଟ୍ ଟ୍ୱିଟ୍ କରିଛନ୍ତି। କେବଳ ଏତିକି ନୁହେଁ, ସମସ୍ତ ଷ୍ଟାର ତାଙ୍କୁ ବ୍ୟକ୍ତିଗତ ଭାବେ ଡାକି ଶାହାରୁଖ ଖାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ସଲମାନ ଖାନ, ସୁନୀଲ ଶେଟ୍ଟୀ ଏବଂ ଅକ୍ଷୟ କୁମାରଙ୍କ ନାମ ମଧ୍ୟ ରହିଛି। । ଅକ୍ଷୟ ଏବଂ ସୁନୀଲ କ୍ରମାଗତ ଭାବରେ ଫୋନରେ ଶାହାରୁଖ ଖାନ ପରିବାରର ଅବସ୍ଥା ବୁଝୁଥିଲେ। ସେହିଭଳି ଗୌରୀ ଖାନଙ୍କ ସାଙ୍ଗମାନେ ମଧ୍ୟ ଫୋନରେ ତାଙ୍କ ସହ କଥାବର୍ତ୍ତା କରିଥିଲେ । ଯେତେବେଳେ ସଲମାନ ଖାନ, ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ସମସ୍ତେ ତାଙ୍କୁ ଫୋନ କରିଥିଲେ , ସେତେବେଳେ ଗୌରୀ କଥା ହେଲା ବେଳେ କାନ୍ଦୁଥିଲେ । ଯେତେବେଳେ ସେ ଆର୍ଯ୍ୟଙ୍କ ଜାମିନର ବାର୍ତ୍ତା ପାଇଲେ ସେତେବେଳେ ଗୌରୀ ପ୍ରାର୍ଥନା କରୁଥିବା ସହ, ଆଣ୍ଠୁରେ ତଳେ ପଡ଼ି କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଆର୍ଯ୍ୟନଙ୍କୁ ଜାମିନ ମିଳିବା ଖବର ଆସିବା ବେଳେ ସୁପରଷ୍ଟାର ତାଙ୍କ ଘରେ ନଥିଲେ। ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ ଖାନ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ରହୁଥିଲେ ବୋଲି ସୂତ୍ରରୁ ଜଣା ପଡିଛି। କେବଳ ଏତିକି ନୁହେଁ, ଶାହାରୁଖ ତାଙ୍କ ବିଏମଡବ୍ଲୁ ବଦଳରେ ଯାତ୍ରା ପାଇଁ ହୁଣ୍ଡାଇ କ୍ରେଟା ବ୍ୟବହାର କରୁଥିଲେ। ଏହାପୂର୍ବରୁ ଖବର ଆସିଥିଲା ​​ଯେ ଶାହାରୁଖ ତାଙ୍କ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ମନ୍ନତକୁ ଆସିବାକୁ ବାରଣ କରିଥିଲେ।

   Related Posts