Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏନସିବି ରିପୋର୍ଟରେ ଖୁଲ୍ଲାସା: ଆର୍ଯ୍ୟନ୍ ଖାଇଥିଲେ ଚରସ୍, ନିଜେ ଅରବାଜ ଜୋତାରୁ ବାହାର କରିଥିଲେ ପ୍ୟାକେଟ୍

9/10/2021 at 10:28 AM

ମୁମ୍ୱାଇ ୦୯/୧୦: ଶେଷରେ ମାନିଲେ ଆର୍ଯ୍ୟନ୍ ଖାନ । ଏନସିବି ଅଧିକାରୀଙ୍କ ନିକଟରେ ସେ ସ୍ୱୀକାର କରିଛନ୍ତି ଯେ ସେ ଚରସ ସେବନ କରିଛନ୍ତି । ଏନସିବି ରିପୋର୍ଟରେ ଏନେଇ ସ୍ପଷ୍ଟ କରାଯାଇଛି । ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ମଧ୍ୟ ତାଙ୍କ ଜୋତାରେ ୬ ଗ୍ରାମର ପ୍ୟାକେଟ ଲୁଚାଇ ରଖିଥିଲେ । ଯିଏକି, ସେହି ବିଳାସପୂର୍ଣ୍ଣ କ୍ରୁଜରେ ଯାଉଥିଲେ । ସମୁଦ୍ରରେ କ୍ରୁଜ ପାର୍ଟିରେ ଲିପ୍ତ ଥିଲେ ।

ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇ ସମୁଦ୍ରରେ ବିଳାସପୂର୍ଣ୍ଣ କ୍ରୁଜ୍ ଉପରେ ହୋଇଥିବା ରେଭ ପାର୍ଟିରେ ରେଡରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଯେତେବେଳେ କ୍ରୁଜରେ ଥିବା ଏନସିବି ଅଧିକାରୀମାନେ ଅରବାଜ ଖାନଙ୍କୁ ପଚାରିଥିଲେ ଯେ ତାଙ୍କର ନିକଟରେ କୌଣସି ନିଶା ଅଛି ଅଛି କି ନାହିଁ । ସେତେବେଳେ ସେ କହିଥିଲେ ଯେ ତାଙ୍କ ଜୋତାରେ ଡ୍ରଗ୍ସ ଲୁଚାଇ ରଖିଛନ୍ତି ।

ଯେତେବେଳେ ଏନସିବି ପଚରିଥିଲା, ଅରବାଜ ମର୍ଚାଣ୍ଟ ନିଜେ ଜୋତାରୁ ଚାରା ଧାରଣ କରିଥିବା ଏକ ଜିପ୍ ଲକ୍ ଥଳି ବାହାର କରିଥିଲେ । ଅରବାଜ ଏହା ମଧ୍ୟ ସ୍ୱିକାର କରିଥିଲେ କି, ଯେ ସେ ଆର୍ଯ୍ୟନ୍ ଖାନଙ୍କ ସହ ଚରସ ନେଉଛନ୍ତି । ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଇ କରିବାକୁ ଯୋଜନା କରିଥିଲେ । ଯେତେବେଳେ ଏନସିବି ଅଧିକାରୀମାନେ ଆର୍ଯ୍ୟନ୍ ଖାନଙ୍କୁ ପଚାରିଲେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଉଛନ୍ତି । କ୍ରୁଜ୍ ଯାତ୍ରା ସମୟରେ ଧୂମପାନ ପାଇଁ ଏହି ଚରସଗୁଡ଼ିକୁ ନେଇଥିଲେ ।

   Related Posts