Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆର୍ଯ୍ୟନ୍‌ ସହ ଏନ୍‌ସିବି ଅଫିସ କାହିଁକି ଯାଇଥିଲେ ବିଜେପି ନେତା ଏବଂ ତାଙ୍କ ସହଯୋଗୀ ? ଶାସକ ଦଳକୁ NCP ନେତାଙ୍କ ଟାର୍ଗେଟ୍

6/10/2021 at 6:15 PM

ମୁମ୍ବାଇ ୦୬/୧୦ : ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍‌ସିବି । ତେବେ ବର୍ତ୍ତମାନ ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ୍‌ କରିଛି ଏନ୍‌ସିପି । ଆର୍ଯ୍ୟନ୍‌ ଖାନ ଏବଂ ଅରବାଜ ମର୍ଚ୍ଚାଣ୍ଟ ଗିରଫ ହେବାପଛରେ ବିଜେପିର ସିଧାସଳଖ ହାତ ଥିବା ଏନ୍‌ସିପି ଅଭିଯୋଗ କରିଛି ।

ଦଳ ପକ୍ଷରୁ କୁହାଯାଇଛି ଯେ, ଆର୍ଯ୍ୟନ ଖାନ ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ମୁମ୍ବାଇ ସ୍ଥିତ ଏନ୍‌ସିବି କାର୍ଯ୍ୟାଳୟକୁ କିଛି ବେସରକାରୀ ଲୋକ ନେଇକି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଅନ୍ୟଜଣେ ଫ୍ରଡ୍‌ ଥିଲା । ଯିଏକି ନିଜକୁ ପ୍ରାଇଭେଟ ଡିଟେକ୍ଟିଭ୍‌ ବୋଲି ଦାବି କରିଥିଲା । ଏନ୍‌ସିବି ପ୍ରବକ୍ତା ନଓ୍ବାବ୍‌ ମାଲିକ ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ଏନ୍‌ସିବି ଉପରେ ପ୍ରଶ୍ନବାଚୀ ଲଗାଇ କହିଛନ୍ତି, କିଭଳି ଭାବେ ଏନ୍‌ସିବି ହାଇପ୍ରୋଫାଇଲ ଲୋକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ଅନୁମତି ଦେଲା ।

ଏନ୍‌ସିପି ନେତା ନଓ୍ବାବ୍‌ ମାଲିକ ବିଜେପିକୁ ମଧ୍ୟ ଘେରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ସ୍ପଷ୍ଟ କରୁ ଯେ, ସେହି ବ୍ୟକ୍ତିମାନେ ପ୍ରକୃତରେ କିଏ ଏବଂ କାହିଁକି ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ଯାଇଥି​‌ଲେ । କେବଳ ସେତିକି ନୁହେଁ ସେ ଦୁଇଟି ଭାଇରାଲ ଭିଡିଓ କ୍ଲିପ୍‌ ମଧ୍ୟ ଦେଖାଇଛନ୍ତି । ଯେଉଁଥିରେ କେପି ଗୋସ୍ବାମୀ ନାମକ ଜଣେ ବ୍ୟକ୍ତି ଆର୍ଯ୍ୟନକୁ ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ନେଇଯାଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଉ ଏକ ଭିଡିଓରେ ମନୀଷ ଭାନୁଶାଲୀଙ୍କୁ ଦେଖିବାକୁ ମିଳୁଛି ଯିଏକି ଅରବାଜ୍‌ ମର୍ଚାଣ୍ଟଙ୍କୁ ଏନ୍‌ସିବି କାର୍ଯ୍ୟାଳୟ ଭିତରକୁ ନେଇଯାଉଥିବା ଦେଖିବାକୁ ମିଳୁଛି ।

ନଓ୍ବାବ୍‌ ମାଲିକ୍‌ ଆହୁରି ମଧ୍ୟ କହିଛନ୍ତି, ‘ଅରବାଜ୍‌ ମର୍ଚାଣ୍ଟଙ୍କୁ ନେଇ ଏନସିବି ଅଫିସ ଯାଇଥିବା ଭାନୁଶାଲୀ ଜଣେ ବିଜେପି କାର୍ଯ୍ୟକର୍ତ୍ତା । କେବଳ ସେତିକି ନୁହେଁ ନିଜ ଫେସବୁକ୍‌ ପ୍ରୋଫାଇଲରେ ମଧ୍ୟ ସେ ନିଜକୁ ବିଜେପି ଉପାଧ୍ୟକ୍ଷ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୁଳି ନେତାଙ୍କ ସହିତ ଭାନୁଶାଲୀଙ୍କର ଫଟୋ ରହିଛି।’

ମନୀଷ ଭାନୁଶାଲୀ ଗତ ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀରେ ଥିଲେ ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଗୁଜୁରାଟ ମଧ୍ୟ ଯାଇ ସେଠାରେ କିଛି ଦିନ ରହିଛନ୍ତି । ଏହି ସମୟରେ ଗୁଜୁରାଟର କିଛି ମନ୍ତ୍ରୀଙ୍କ ସହିତ ଭେଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏନ୍‌ସିପି ନେତା ନଓ୍ବାବ୍‌ ମାଲିକ । ପରେ ଅକ୍ଟୋବର ୧ ତାରିଖରେ ମୁମ୍ବାଇ ଆସିବା ପରେ ୨ ତାରିଖ ବିଳମ୍ବିତ ରାତିରେ ରେଡ୍‌ କରାଯାଇଥିଲା । ଏଭଳି ଅଭିଯୋଗ ଆଣି ବିଜେପିକୁ ଘେରିଛଇ ଏନ୍‌ସିପି । କେବଳ ସେତିକି ନୁହେଁ ଏନ୍‌ସିବି ସହ ମିଶି ବିଜେପି ମହାରାଷ୍ଟ୍ରକୁ ବଦନାମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

   Related Posts