Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଚାଟ୍‌ରୁ ନୂଆ ଖୁଲାସା: ଆର୍ଯ୍ୟନ-‘କାଲି କୋକିନ ନେବା’, ଅନନ୍ୟା-‘ଚରସର ଡିମାଣ୍ଡ ଅଧିକ ଅଛି’

26/10/2021 at 3:04 PM

ମୁମ୍ବାଇ ୨୬/୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ଲଗାତାର ନୂଆ ନୂଆ ଖୁଲାସା ହେଉଛି। ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ପରେ ବର୍ତ୍ତମାନ ଅନନ୍ୟା ପାଣ୍ଡେଙ୍କ ଅଡୁଆ ମଧ୍ୟ ବଢ଼ିବାରେ ଲାଗିଛି। ଏନସିବିକୁ ଡ୍ରଗ୍ସକୁ ନେଇ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ଚାଟ ମିଳିଛି। ଏହାହିଁ ଚାଟରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଡ୍ରଗ୍ସ କାରବାର ସହ ଏନସିବି ବିଷୟରେ ମଧ୍ୟ ଉଲ୍ଲେଖ ହୋଇଛି।

ଆର୍ଯ୍ୟନ ଓ ଅନନ୍ୟାଙ୍କ ଚାଟର ସ୍କ୍ରିନଶଟ ମଧ୍ୟରେ ଗୋଟିଏ ସ୍କ୍ରିନଶଟ ଗ୍ରୁପଚାଟର ମଧ୍ୟ ରହିଛି ଯେଉଁଥିରେ ଆର୍ଯ୍ୟନଙ୍କୁ ‘କୋକିନ ଟୁମୋରୋ’ ଅଫର ଦିଆଯାଇଥିଲା। ଆଉ ଏକ ଚାଟରେ ଆର୍ଯ୍ୟନ ନିଜ ସାଙ୍ଗମାନଙ୍କୁ ଏନସିବି ନାଁରେ ଧମକ ମଧ୍ୟ ଦେଇଛନ୍ତି। ହ୍ୱାଟ୍ସଆପ ଚାଟରେ ଆର୍ଯ୍ୟନ ଅଚିତ କୁମାର ନାମକ ଡ୍ରଗ୍ସ ପେଡଲର ଠାରୁ ବହୁଳ ପରିମାଣର ଡ୍ରଗ୍ସ କିଣିବା କଥା କହିଛନ୍ତି। ଆର୍ଯ୍ୟନ ଅଚିତ ଠାରୁ ୮୦ ହଜାର ଟଙ୍କାର ଡ୍ରଗ୍ସ ମଗେଇଥିଲେ। ଯେଉଁ ନୂଆ ଚାଟ ସାମ୍ନାକୁ ଆସିଛି ସେଥିରେ ପ୍ରଥମ ମେସେଜ ୨୦୧୯ ଜୁଲାଇର। ଏହି ଚାଟରେ ଅନନ୍ୟା ଓ ଆର୍ଯ୍ୟନ ଡ୍ରଗ୍ସ ବିଷୟରେ କଥା ହୋଇଛନ୍ତି। ଆର୍ଯ୍ୟନ ଚରସ ବିଷୟରେ କହିଛନ୍ତି ଓ ଅନନ୍ୟା କହିଛନ୍ତି, ଏହାର ବହୁତ ଡିମାଣ୍ଡ ଅଛି।

ଆର୍ଯ୍ୟନ – ମୁଁ ତୁମଠୁ ଚୁପଚାପି ନେଇଯିବି

ଅନନ୍ୟା – ଠିକ ଅଛି

ଆର୍ଯ୍ୟନ – Weed?

ଅନନ୍ୟା – ଆଜିକାଲି ଏହାର ଚାହିଦା ଅଧିକ

ଏନସିବିକୁ ୨୦୨୧ ଏପ୍ରିଲ ୧୮ ତାରିଖର ଚାଟ ମିଳିଛି। ଏଥିରେ ଆର୍ଯ୍ୟନ ନିଜର ଦୁଇ ସାଙ୍ଗକୁ କୋକିନ ବିଷୟରେ ପଚାରିଛନ୍ତି।

ଆର୍ଯ୍ୟନ – ସୁନା, କାଲି କୋକିନ ନେବା

ଆର୍ଯ୍ୟନ – ମୁଁ ତୁମମାନଙ୍କ ପାଇଁ ଆଣିବି

ଆର୍ଯ୍ୟନ – By ncb

ଏନସିବି ବର୍ତ୍ତମାନ ଏହି ଚାଟ ଆଧାରରେ ଆର୍ଯ୍ୟନ ମାମଲାରେ ଅନନ୍ୟାଙ୍କୁ ପଚରାଉଚୁରା କରୁଛି। ଡ୍ରଗ୍ସ ମାମଲାରେ ଏହି ନୂଆ ଚାଟକୁ ଏନସିବି ପ୍ରମାଣ ସ୍ୱରୂପ ନିଜ ପାଖରେ ରଖିଛି। ଏହି ଚାଟ ଆର୍ଯ୍ୟନଙ୍କ ଜାମିନକୁ ନେଇ ପୁଣି ଅଡୁଆ ସୃଷ୍ଟି କରିପାରେ। ଏହା ପୂର୍ବରୁ ମଧ୍ୟ ଦୁଇଥର ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇସାରିଛି।

   Related Posts