Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଶିଷ ମିଶ୍ରଙ୍କ ଉପରୁ ଧ୍ୟାନ ହଟାଇବାରେ ଆର୍ୟନ ଖାନ ଡ୍ରଗ୍ସ କେସ୍‌ ଫର୍ମୁଲା ସଫଳ ହୋଇଛି: କପିଲ ସିବଲ

15/10/2021 at 4:52 PM

ନୂଆଦିଲ୍ଲୀ ୧୫।୧୦: କଂଗ୍ରେସର ରବିଷ୍ଠ ନେତା କପିଲ ସିବଲ ଶୁକ୍ରବାର କେନ୍ଦ୍ର ସରକାରଙ୍କ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆର୍ୟନ ଖାନ ଡ୍ରଗ୍ସ ମାମଲା ଜରିଆରେ ଲକ୍ଷ୍ମୀପୁର ଖିରି କାଣ୍ଡରୁ ଲୋକଙ୍କ ଧ୍ୟାନ ହଟାଯାଇଛି। ଆର୍ୟନ ଖାନ ମାମଲାକୁ ପ୍ରାଥମିକତା ଦିଆଯାଇ ଆଶିଷ ମିଶ୍ର ମାମଲା ଉପରୁ ଲୋକଙ୍କ ଧ୍ୟାନ ହଟାଯିବା ଯୋଜନା ସଫଳ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ, ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲାରେ ‘ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଦୋଷୀ’ ଟେମ୍ପଲେଟ୍ ଲାଗୁ କରାଯାଉଛି।

କପିଲ୍ ସିବଲ ଟ୍ଵିଟ୍ କରି କହିଛନ୍ତି, ଆର୍ୟନ ଖାନ ମାମଲାରେ ଏନସିବି ଯାଞ୍ଚରେ ଆଇନର ନୂତନ ପ୍ରଣାଳୀ ସାମ୍ନାକୁ ଆସିଛି। ଡ୍ରଗ୍ସ ବ୍ୟବହାର କିମ୍ବା ପାଖରେ ଥିବାର କୌଣସି ପ୍ରମାଣ ମିଳିନାହିଁ। ତଥାପି ନିର୍ଦ୍ଦୋଷ ଥିବା ସତ୍ତ୍ଵେ ତାଙ୍କୁ ଦୋଷୀ କୁହାଯାଉଛି। ଏହି ପରି ଲକ୍ଷ୍ମୀପୁର ଖିରୀରେ ଆଶିଷ ମିଶ୍ର ମାମଲା ସଫଳତାପୂର୍ବକ ଲୋକଙ୍କ ଧ୍ୟାନରୁ ହଟାଇ ଦିଆଯାଇଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅକ୍ଟୋବର ୩ରେ ଆର୍ୟନ ଖାନଙ୍କୁ ଗିରଫ କରିଥିଲା। ଆର୍ୟନଙ୍କୁ ଆଉ କିଛି ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡିବ। କାରଣ କୋର୍ଟ ଗୁରୁବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି।

କଂଗ୍ରେସ ନେତା କପିଲ ସିବଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଭୋକ ଏବଂ ଗରିବି ହଟାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ। ଏବେ  ଭାରତ ବୈଶ୍ଵିକ ଶକ୍ତି ଏବଂ ଡିଜିଟାଲ ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ଵ କ୍ଷୁଧା ତାଲିକାରେ ଗତ ବର୍ଷ ୯୪ତମ ସ୍ଥାନରେ ଥିବା ଭାରତ ଏଥର ୧୦୧ତମ ସ୍ଥାନରେ ରହିଛି। ଏପରିକି  ବାଂଲାଦେଶ, ନେପାଳ ଏବଂ ପାକିସ୍ତାନଠୁ ଆମେ ପଛରେ ଅଛନ୍ତି।

   Related Posts