Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଆର୍ଯ୍ୟସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ

11/09/2020 at 8:10 PM

ନୂଆଦିଲ୍ଲୀ ୧୧।୯: ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଶୁକ୍ରବାର ଇନିଷ୍ଟିଚ୍ୟୁଟ୍ ଅଫ ଲିଭର ଏଣ୍ଡ ବାଇଲରୀ ସାଇନ୍ସେସ୍‌ରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଲିଭର ସୋରିଆସିସ୍‌ରେ ପୀଡିତ ଥିବା ବେଳେ ତାଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ଥିଲା। ମଲ୍ଟି ଅର୍ଗାନ ଫେଲ୍ୟୋର ଯୋଗୁ ମଙ୍ଗଳବାର ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ। ହେଲେ ଶୁକ୍ରବାର ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଇନିଷ୍ଟେଚ୍ୟୁଟ୍ ପକ୍ଷରୁ ଜାରି ବାର୍ତ୍ତାରେ କୁହାଯାଇଛି।

 ୮୦ ବର୍ଷ ବୟଷ୍କ ସ୍ୱାମୀ ଅଗ୍ନିବେଶ୍ ତାଙ୍କ ରୋକଠୋକ କଥା ଲାଗି ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ମନ୍ତବ୍ୟ ରଖିବା ଯୋଗୁ ଚର୍ଚିତ ଅଗ୍ନିବେଶ ୧୯୭୦ ମସିହାରେ ଆର୍ଯ୍ୟ ସଭା ନାମରେ ଏକ ରାଜନୈତିକ ଦଳ ସ୍ଥାପନା କରିଥିଲେ। ୧୯୭୭ ମସିହାରେ ହରିୟାଣା ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ ଥିଲେ।

୧୯୮୧ ମସିହାରେ ସେ ବନ୍ଧୁଆ (ଗୋତିଶ୍ରମିକ) ମୁକ୍ତିମୋର୍ଚ୍ଚା ନାମରେ ଏକ ସଙ୍ଗଠନର ମଧ୍ୟ ସ୍ଥାପନା କରିଥିଲେ। ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ୨୦୧୧ ଦିଲ୍ଲୀ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ମଧ୍ୟ ଯୋଗଦେଇଥିଲେ। ପରେ ମତ ପାର୍ଥକ୍ୟ ଯୋଗୁ ସେ ନିଜେ ଏହି ଆନ୍ଦୋଳନରୁ ଦୂରେଇ ଯାଇଥିଲେ। ସ୍ୱାମୀ ଅଗ୍ନିବେଶ୍ ରିୟଲିଟି ସୋ ବିଗବସ୍‌ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ସେ ବିଗବସ୍‌ ଘରେ ବି ଥିଲେ।

   Related Posts