ଦିଲ୍ଲୀ ବିଧାନସଭା ନିର୍ବାଚନ : ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ କେଜରିଓ୍ବାଲ ଐତିହାସିକ ବାଲ୍ମୀକି ମନ୍ଦିରକୁ ଯାଇ ଭଗବାନ ବାଲ୍ମୀକିଙ୍କ ଦର୍ଶନ କରି ଆର୍ଶିବାଦ ନେବେ । ଆର୍ଶିବାଦ ନେବା ପରେ ସେ ଏକ ରୋଡ ସୋ କରିବେ ।

ଏହି ରୋଡ ସୋ ପଞ୍ଚକୁଇଁଆ ମାର୍ଗ, ଇନର ସର୍କଲ,ବାବା ଖଡଗ ସିଂହ ଦେଇ କୋନାଟ ପ୍ଲସ ପର୍ଯ୍ୟନ୍ତ ଯିବ । ଏହି ରୋଡ ସୋ ପଟେଲ ଚୌକ ମେଟ୍ରୋ ଷ୍ଟେସନ ନିକଟରେ ଶେଷ ହେବ ।  ଏହା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ  ଜାମନଗର ହାଉସରେ ଥିବା ଏସ୍ ଡିଏମ୍ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ । ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.