ବିଜେଡି ବିଜେପି ପରସ୍ପରର ‘ବି’ ଟିମ୍ ବୋଲି କହିଲେ କେଜ୍ରିଓ୍ବାଲ, ୩ ପ୍ରମୁଖ ଦଳଙ୍କୁ କଲେ ଟାର୍ଗେଟ୍
31/01/2019 at 4:26 PM

ଭୁବନେଶ୍ବର ୩୧|୧: ଭୁବନେଶ୍ବରରେ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହି ଅବସରରେର ପ୍ରମୁଖ ଦଳକୁ ଟାର୍ଗେଟ୍ କରିଛନ୍ତି ଆପ୍ ମୁଖ୍ୟ କେଜ୍ରିଓ୍ବାଲ । ଆମ ଦେଶ ଗରିବ ନୁହେଁ, ଆମ ଲୋକ ଗରିବ । ଦିଲ୍ଲୀରେ ମୌଳିକ ବ୍ୟବସ୍ଥା ସୁଧୁରିଛି । ଦାରିଦ୍ର୍ୟ ହଟାଇବାକୁ ବିଫଳ ହୋଇଛନ୍ତି ପ୍ରମୁଖ ଦଳ । ଓଡିଶାରେ ବିଜେଡି ନୁହେଁ, ମେଣ୍ଟ ସରକାର ଚାଲିଛି । ବିଜେଡି ବିଜେପି ପରସ୍ପରର ‘ବି’ ଟିମ୍ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଓଡିଶାରେ ଖଣି ମାଫିଆ ମାନଙ୍କର ରାଜ ଚାଲିଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବର ଲୋଏର ପିଏଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିୱାଲ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରା କରି ଷ୍ଟେଟ୍ ଗେଷ୍ଟ୍ ହାଉସକୁ ନେଇଥିଲେ । କେଜ୍ରିୱାଲଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀମାନେ ବେଶ୍ ଉତ୍ସାହିତ ଥିଲେ। କେଜ୍ରିୱାଲଙ୍କ ସହ ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଆସିଛନ୍ତି । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଲୋୟର ପିଏମଜିଠାରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେଜ୍ରିୱାଲ ଉଦବୋଧନ ଦେଇଥିଲେ । ଏହାସହ ଆଜି ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ କେଜ୍ରିୱାଲ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।