ଗୁପଚୁପ୍‌, ଚାଟ୍‌ ବିକ୍ରି କରୁଥିବା ନଜର ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛନ୍ତି ଗ୍ବାଲିୟରର କେଜରିଓ୍ବାଲ

Published By : Prameya-News7 Bureau | October 19, 2021 IST

ଭୋପାଳ ୧୯/୧୦ : ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀ ସିଏମ୍‌ କେଜରିଓ୍ବାଲଙ୍କ ଧରାଯାଏ । ନିଜର କାମ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଶୈଳୀକୁ ନେଇ ଚର୍ଚ୍ଚାରେ ରହୁଥିବା କେଜରିଓ୍ବାଲଙ୍କୁ ଏବେ ଆଉ ଏକ ରୁପରେ ଦେଖିବାକୁ ମିଳିଛି । ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଜଣେ ବ୍ୟକ୍ତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଗୌରବ ଗୁପ୍ତା ନାମକ ଏହି ବ୍ୟକ୍ତିଜଣକ ଦେଖିବାକୁ ଅବିକଳ ସିଏମ୍‌ ଅରବିନ୍ଦ କେଜରିଓ୍ବାଲଙ୍କ ଭଳି । ଗ୍ବାଲିୟରର ଏକ ବଜାରରେ ସେ ଗୁପ୍‌ଚୁପ୍‌ ଏବଂ ପାପ୍‌ଡି ଚାଟ୍‌ ବ୍ୟବସାୟ କରନ୍ତି ।

ଗୌରବ ଗୁପ୍ତାଙ୍କୁ ଦେଖିବାକ୍ଷଣି ରାସ୍ତାରେ ଯାଉଥିବା ବ୍ୟକ୍ତି ଘଡିଏ ଚାହୁଁଛନ୍ତି । କାରଣ ସେ ଅବିକଳ କେଜରିଓ୍ବାଲଙ୍କ ଭଳି ଦେଖିବାକୁ । ଗ୍ବାଲିୟରର ଅରବିନ୍ଦ କେଜରିଓ୍ବାଲ ନାଁରେ ଗୌରବ ଗୁପ୍ତା ବେଶ ପ୍ରସିଦ୍ଧ । ତାଙ୍କ ଦୋକାନରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳେ । ସେଠାରୁ ଖାଇବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସି ପହଞ୍ଚିଥାନ୍ତି ।

wp:html /wp:html

ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବା ପରେ ଏବେ ସେ ନେସନାଲ ସେନସେସନ୍‌ ପାଲଟିଯାଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କର ଇଚ୍ଛା ଯେ ସେ ଅସଲି ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବେ । ଦୂରଦୂରାନ୍ତରୁ ଲୋକମାନେ ସେଠାକୁ ଖାଇବା ପାଇଁ ଆସିବା ପରେ ମୁହଁ ଦେଖି ତାଙ୍କ ଭିଡିଓ କରନ୍ତି ଏବଂ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରନ୍ତି । ସେ ଏବେ ନୁହେଁ ବରଂ ବହୁ ପୂର୍ବରୁ ଗ୍ବାଲିୟରର ଅରବିନ୍ଦ କେଜରିଓ୍ବାଲ ନାଁ ରେ ପରିଚିତ । ଗୌରବ ଗୁପ୍ତା, କେଜରିଓ୍ବାଲ ଭଳି ହେୟାର ଷ୍ଟାଇଲ, ଚଷମା ଏବଂ ପୋଷାକ ପତ୍ର ପିନ୍ଧନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ସ୍ବର ମଧ୍ୟ କେଜରିଓ୍ବାଲଙ୍କ ଭଳି ଶୁଣାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.