ଲାଗିବ ଲକ୍‌ଡାଉନ୍‌ ! ଦିନ ୧୨ଟାରେ ଘୋଷଣା କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯।୦୪ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ରାଜଧାନୀରେ ଲାଗିଥିବା କଟକଣାର କିଛି ଫାଇଦା ମିଳିଲା ଭଳି ମନେ ହେଉନାହିଁ । ଯାହାକୁ ନେଇ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

କରୋନା ସଂକ୍ରମଣ ଭିତରେ ରାଜ୍ୟରେ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ଲାଗିଛି । ଏପିରିକି ରାଜଧାନୀର ଅନେକ ମେଡିକାଲରେ ଆଇସିୟୁ ବେଡ୍‌ ପୁରା ଶେଷ ହୋଇଯାଇଛି । ଏସବୁ ଭିତରେ ଆଜି ଅପରାହ୍ନ ୧୨ଟାରେ ପ୍ରେସମିଟ୍‌ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । କରୋନା ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି ।

ସେହିପରି ରାଜ୍ୟରେ ଅକ୍ସିଜେନ୍‌ ଓ ରେମଡେସିଭିରର ଅଭାବକୁ ନେଇ ଦିଲ୍ଲୀ ସରକାର ଆକ୍ସନରେ ଆସିଛନ୍ତି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ସମସ୍ତ ଯୋଗାଣର ଡାଟା ରଖାଯିବ । ଏହାର ତଦାରଖ ପାଇଁ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।

ଦିଲ୍ଲୀ ସରକାରଙ୍କ ମୁତାବିକ, ରାଜ୍ୟରେ ଏବେ ୧୮୧୩୦ ବେଡ୍‌ ରହିଛି । ଯେଉଁଥିରୁ ୧୫୧୦୪ ଭର୍ତ୍ତି ହୋଇସାରିଛି । ଆଉ ଏବେ ୩୦୨୬ ବେଡ୍‌ ଖାଲି ରହିଛି । ସେହିପରି ୪୨୦୬ ଆଇସିୟୁରୁ ୪୧୦୫ ଭର୍ତ୍ତି ହୋଇଯାଇଛି । ବାକି ୧୦୧ ଆଇସିୟୁ ବେଡ୍‌ ଖାଲି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.