Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋର୍ଚ୍ଚା ସମ୍ଭାଳିବେ କେଜରୀୱାଲଙ୍କ ଝିଅ, ଜାଣନ୍ତୁ କ’ଣ ରହିଛି ତାଙ୍କର ନିର୍ବାଚନୀ ରଣନୀତି

18/10/2019 at 8:43 PM

ନୂଆଦିଲ୍ଲୀ: ଆମଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନର ପ୍ରଚାର ଦାୟିତ୍ୱ ସମ୍ଭାଳିବେ । ଏଥିଲାଗି ସେ ଚାକିରୀରୁ ୫ ମାସ ଛୁଟି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରାଜଧାନୀରେ ‘ଆପ’ କାର୍ଯ୍ୟକର୍ତ୍ତାଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ହର୍ଷିତା ୫ ମାସ ଛୁଟି ନେଇଛନ୍ତି ଓ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ପ୍ରଚାର ଦାୟିତ୍ୱ ତୁଲାଇବେ ବୋଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାଣନ୍ତୁ କ’ଣ କରନ୍ତି ହର୍ଷିତା
କେଜ୍ରିୱାଲଙ୍କ ଝିଅ ହର୍ଷିତା ଦିଲ୍ଲୀ ଆଇଆଇଟିରୁ ବିଟେକ୍ ଉତିର୍ଣ୍ଣ ହେବା ପରେ ଏବେ ନୂଆ ନୂଆ ଚାକିରୀରେ ଯୋଗଦେଇଛନ୍ତି। ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରୁଥିବା ବେଳେ  ବିଧାନସଭା ନିର୍ବାଚନ ଲାଗି ୫ ମାସ ଛୁଟି ଆଣିବେ ବୋଲି କହିଛନ୍ତି। ଗତକାଲି ଦ୍ୱାରକା ବିଧାନସଭା ନିର୍ବାଚନମଣ୍ଡଳିରେ ନଜଫଗଡ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ଏହି ସୂଚନା ଦେଇଥିଲେ। ଏହା ସହ ରାଜଧାନୀରେ ଆପ ସରକାର ବିଜୟ ସୁନିଶ୍ଟିତ  କରିବା ଲାଗି କାର୍ଯ୍ୟକର୍ତ୍ତାଙ୍କୁ କେଜ୍ରିୱାଲ କହିଥିଲେ। ଜାଣନ୍ତୁ କ’ଣ କହିଛନ୍ତି କେଜ୍ରିୱାଲ।

ଆଉ ମିଳିବନି ମାଗଣା ସୁବିଧା
କେଜ୍ରିୱାଲ କାର୍ଯ୍ୟକର୍ତ୍ତାଙ୍କୁ ଆପ ସରକାର ଲୋକଙ୍କ ଲାଗି କରିଥିବା କାମ ଘରେ ଘରେ ପ୍ରଚାର କରିବାକୁ କହିଛନ୍ତି। ଏଥିରେ ଯଦି କାର୍ଯ୍ୟକର୍ତ୍ତା ବିଫଳ ହୁଅନ୍ତି ତେବେ ଦିଲ୍ଲୀ ସରକାର ଲୋକଙ୍କୁ ମାଗଣାରେ ଦେଉଥିବା ବିଜୁଳି, ପାଣି ଓ ଅନ୍ୟ ସୁବିଧା ସୁଯୋଗ ସେମାନେ ଆଉ  ଆଗକୁ ପାଇବେନି ବୋଲି ଜଣାଇଦେବାକୁ କହିଛନ୍ତି।

କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବି ମୁଖ୍ୟମନ୍ତ୍ରୀ ବିଜେପିକୁ ଆକ୍ଷେପ କରିବାକୁ ଭୁଲି ନାହାନ୍ତି। ଦେଶର ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର। ହେଲେ ସରକାର ପ୍ରଦୂଷଣ ହ୍ରାସ କରିବାରେ କିପରି ସଫଳ ହେଲେ ସେ ନେଇ ତାଙ୍କୁ ଡେନମାର୍କ ଆମନ୍ତ୍ରଣ କରିଥିଲା ବୋଲି କହିଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଡେନମାର୍କ ଯିବାକୁ ଦେଇନଥିଲେ। ଏଣୁ ବାଧ୍ୟ ହୋଇ ଭିଡିଓ କନଫରେନସିଂ ମାଧ୍ୟମରେ ଡେନମାର୍କକୁ ପ୍ରଦୂଷଣ ନିୟନ୍ତ୍ରଣର ମନ୍ତ୍ର ଦେଇଥିବା କହିଛନ୍ତି। ଏହି କାର୍ଯ୍ୟକ୍ରମ ତାଙ୍କର ୧୯ ମିନିଟର ଥିଲା। ତେବେ ଏଥିରେ ସେ ଥରଟିଏ ବି ଅମିତ ଶାହ କି ମୋଦିଙ୍କ ନାଁ ନେଇନଥିଲେ। ହେଲେ ଥରଟିଏ ବିଜେପି ପାର୍ଟି ନାଁ ଧରିଥିଲେ କେଜ୍ରିୱାଲ।

   Related Posts