କୃଷକଙ୍କ ଗହଣରେ ବସି ଲମ୍ବା ଲମ୍ବା ଭାଷଣ ମାରୁଥିଲେ କେଜ୍ରିଓ୍ବାଲ, ପ୍ରଶ୍ନ ପଚରାଯିବାରୁ ବୈଠକ ଛାଡ଼ି ଚାଲିଗଲେ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କୃଷକଙ୍କ ଗହଣରେ ବସି ବଡ଼ ବଡ଼ ଭାଷଣ ଦେଉଥିଲେ କେଜ୍ରିଓ୍ବାଲ। ଏହି ସମୟରେ କିଛି କୃଷକ ତାଙ୍କୁ ପ୍ରଶ୍ନ ପଚାରିବାରୁ କେଜ୍ରିଓ୍ବାଲ ବାବୁ କିଛି କହିନପାରି ବୈଠକ ଛାଡ଼ି ଚାଲିଯାଇଥିଲେ । ଏହି ଭିଡିଓଟିକୁ ଟ୍ବିଟର ୟୁଜର ନୀଳକଣ୍ଠ ବକ୍ସି ପୋଷ୍ଟ କରିଛନ୍ତି। କ୍ୟାପ୍ସନରେ ଲେଖିଛନ୍ତି, ‘କୃଷକ ଭାଇମାନଙ୍କ ପ୍ରଶ୍ନରେ ଘାଇଲା ହୋଇ ସିଏମ ଲୁଚି ପଳାଇଲେ। ଚିହ୍ନନ୍ତୁ କିଏ ?’

wp:html /wp:html

ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍‌) ବିଧାନସଭା ନିର୍ବାଚନ ଲଢ଼ିବାକୁ ଥିବା ବେଳେ କେଜ୍ରିଓ୍ବାଲ୍‌ ସେଠାକୁ ଯାଇ ଦଳର ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି। ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ବାଲ୍‌ ଗୁରୁବାର ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଅଛନ୍ତି। ପଞ୍ଜାବର ବ୍ୟବସାୟୀଙ୍କୁ ସମ୍ବୋଧନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫେବୃଆରୀରେ ମତଦାନ ହେବ, ମାର୍ଚ୍ଚରେ ଫଳାଫଳ ପ୍ରକାଶ ପାଇବ। ଆମର ସରକାର ହେଲେ ଏପ୍ରିଲ ପହିଲା ପରେ ବ୍ୟବସାୟୀଙ୍କ ଦାୟିତ୍ବ ଆମେ ନେବୁ। ଆପଣମାନେ ଭୟ କରନ୍ତୁ  ନାହିଁ। ଆମେ ଗୋଟିଏ ବ୍ୟବସ୍ଥା କରିବୁ।

ଏହା ପୂର୍ବରୁ ସେ ମାନସାରେ କୃଷକମାନଙ୍କୁ ଭେଟି କହିଥଲେ,ଆମେ ସରକାର କଲେ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ।  ଆମ ଆଦମୀ ପାର୍ଟି ରାଜ୍ୟର ସମସ୍ତ ୧୧୭ ବିଧାନସଭା ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ମାସ ଦ୍ବିତୀୟ ଥର ପାଇଁ କେଜ୍ରିଓ୍ବାଲ ପଞ୍ଜାବ ଯାଇଛନ୍ତି। ପଞ୍ଜାବରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମସ୍ତ ପାର୍ଟି ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। ଗତ ୩ ମାସ ମଧ୍ୟରେ ଅରବିନ୍ଦ କେଜ୍ରିଓ୍ବାଲ୍‌ ୬ ଥର ପଞ୍ଜାବ ଗସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.