ପ୍ରଦୂଷଣ ବିରୋଧରେ ଲଢ଼ିବା ପାଇଁ ଦିଲ୍ଲୀ ସରକାର ଲଞ୍ଚ କଲେ ‘ଗ୍ରୀନ ଦିଲ୍ଲୀ’ ଆପ୍, ସହଜରେ ଲୋକମାନେ କରିପାରିବେ ଅଭିଯୋଗ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯/୧୦: ଦିଲ୍ଲୀରେ ଶୀତ ବଢ଼ିବା ସହ ପ୍ରଦୂଷଣ ସ୍ତର ମଧ୍ୟ ପ୍ରତିବର୍ଷ ବଢ଼ିଥାଏ। ଏହାକୁ ନେଇ ଲୋକଙ୍କ ଠାରେ ଶ୍ବାସକ୍ରିୟା ସମସ୍ୟା ଦେଖା ଦିଏ। ପ୍ରଦୂଷଣ ଯୋଗୁ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ସହ ସୁସ୍ଥ ଲୋକ ମଧ୍ୟ ଅସୁସ୍ଥ ହୋଇଥାନ୍ତି। ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଦିଲ୍ଳୀ ସରକାର ଏ ନେଇ ଏକ ଆପ୍ ଲଞ୍ଚ କରିଛନ୍ତି। ଏହାର ନାଁ ‘ଗ୍ରୀନ ଦିଲ୍ଲୀ’ ଆପ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହାକୁ ଲଞ୍ଚ କରିଛନ୍ତି।

ଏହି ଆପ୍ ଦ୍ବାରା ଲୋକଙ୍କୁ ବାୟୁ ପ୍ରଦୂଷଣ ସହ ଲଢ଼ିବା ସହଜ ହୋଇଯିବ। ଆଖପାଖ କେଉଁଠି ପ୍ରଦୂଷଣ ଦେଖିଲେ ସେମାନେ ଏହି ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ। ଏହା ବ୍ୟତୀତ ଅଭିଯୋଗକର୍ତା ଚାହିଁଲେ ଏହାର ଅଡିଓ, ଭିଡିଓ ଓ ଫଟୋ ମଧ୍ୟ ଅପଲୋଡ୍ କରିପାରିବେ। ଏହାର ମନିଟରିଂ ‘ଗ୍ରୀନ ଓ୍ବାର’ ରୁମରୁ ହେବ।

ଆପ୍ ଲଞ୍ଚ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଲୋକମାନେ କେବଳ ବାୟୁ ପ୍ରଦୂଷଣ ନୁହେଁ, ଯେକୌଣସି ପ୍ରଦୂଷଣ ବାବଦରେ ଅଭିଯୋଗ କରିପାରିବେ। ଯେଉଁ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଅଭିଯୋଗ ସେଠାରେ ହିଁ ପହଞ୍ଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.