ଦିଲ୍ଲୀ ବାୟୁ ପ୍ରଦୂଷଣ: ଆଜିଠାରୁ ଚାଲିବ ନାହିଁ ଜେନରେଟର, କେଜରିଓ୍ବାଲ ସରକାର ଲାଗୁ କଲେ କଟକଣା

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। କନଷ୍ଟ୍ରକସନ ଓ ଡେମୋଲିସନ ସାଇଟରେ ନିୟମ ପରିବର୍ତନ କରିବା ପରେ ଏବେ ଦିଲ୍ଲୀ ସରକାର ଜେନରେଟର ଉପରେ କଟକଣା ଲଗାଇଛନ୍ତି। ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଟ୍ବିଟ୍ କରି କହିଛନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଥିବା ଜେନରେଟର ଉପରେ ଆଜି ଠାରୁ କଟକଣା ଲାଗୁ ହୋଇଛି।

ପୂର୍ବରୁ ଅର୍ଥାତ୍ ସୋମବାର ମଧ୍ୟ ପ୍ରଦୂଷଣ କମ୍ ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। ସବୁ ଛୋଟ ବଡ଼ କନଷ୍ଟ୍ରକସନ ସାଇଟରେ ୫ଟି ନିୟମ ପାଳନ କରିବା ଅନିବାର୍ଯ୍ୟ ବୋଲି କୁହାଯାଇ ଥିଲା। ତେବେ ଶୀତ ଆସିବା ପୂର୍ବରୁ ବାୟୁ ଗୁଣବତ୍ତା ଖରାପ ହୋଇଛି। ଏ ପାଇଁ ଅକ୍ଟୋବର ପ୍ରାରମ୍ଭରୁ ନିଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇପଡ଼ିଛି। ଏୟାର କ୍ବାଲିଟି (ଏକ୍ୟୁଆଇ) ଏତେ ମାତ୍ରାରେ ଖରାପ ହୋଇଯାଇଛି ଯେ ଜନଗହଳିପୂଣ୍ଣ ସ୍ଥାନରେ ଆଖି ପୋଡୁଛି।

ଯୁଦ୍ଧକାଳୀନ ଭିତ୍ତିରେ ପ୍ରଦୂଷଣ କମ୍ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ଏ ପାଇଁ ଆଣ୍ଟି ଡଷ୍ଟ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହ ଦିଲ୍ଲୀରେ ୧୪ଟି ଟିମ ଭିନ୍ନ ଭିନ୍ନ ଇଲକାରେ ଡଷ୍ଟ ମାପଦଣ୍ଡ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.